ରାଜ୍ୟ

ଉତ୍କଳମଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ: ଗୋପବନ୍ଧୁ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ

କେବଳ ନିଜ ପାଇଁ ବଞ୍ଚିବା ପ୍ରକୃତ ଜୀବନ ନୁହେଁ ବରଂ ପଣ୍ଡିତ ଗୋପବନ୍ଧୁଙ୍କ ପରି ଅନ୍ୟର ମୁହଁରେ ହସ ଫୁଟାଇବାରେ ଓ ରାଜ୍ୟର ସେବାରେ ନିଜକୁ ନିୟୋଜିତ କରିବାରେ ହିଁ ଜୀବନର ସାର୍ଥକତା।

ଭୁବନେଶ୍ୱର: କେବଳ ନିଜ ପାଇଁ ବଞ୍ଚିବା ପ୍ରକୃତ ଜୀବନ ନୁହେଁ ବରଂ ପଣ୍ଡିତ ଗୋପବନ୍ଧୁଙ୍କ ପରି ଅନ୍ୟର ମୁହଁରେ ହସ ଫୁଟାଇବାରେ ଓ ରାଜ୍ୟର ସେବାରେ ନିଜକୁ ନିୟୋଜିତ କରିବାରେ ହିଁ ଜୀବନର ସାର୍ଥକତା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣରେ ଆମର ଯୁବ ସମାଜ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିବ। ସମାଜର ଦରିଦ୍ର, ଅବହେଳିତ ଲୋକଙ୍କର ସେବା କରିବା ଏବଂ ଅପହଞ୍ଚ ଇଲାକାରେ ସମାଜରେ ଶେଷ ଧାଡ଼ିରେ ଥିବା ଲୋକଙ୍କ କଲ୍ୟାଣ ପାଇଁ କାମ କରିବା ଥିଲା ଗୋପବନ୍ଧୁଙ୍କ ଆଦର୍ଶ। ସେ ଏକ ମହାନ୍‌ ଅନୁଷ୍ଠାନ, ଜାତୀୟ ଚେତନା ଓ ଓଡ଼ିଆ ଅସ୍ମିତାର ଜୀବନ୍ତ ଆଲେଖ୍ୟ ଥିଲେ ବୋଲି ଜୟଦେବ ଭବନରେ ଆୟୋଜିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button