ରାଜ୍ୟ

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର… ମେଡିକାଲ୍‌ କଲେଜରେ ମିଳିଲାନି ମହାପ୍ରୟାଣ ଗାଡ଼ି, ରାସନକାର୍ଡ ବନ୍ଧା ରଖି ଶିଶୁପୁତ୍ରର ଶବ ଘରକୁ ନେଲେ

ପାପଡ଼।ହାଣ୍ଡି,୧୦/୧୦: କୋରାପୁଟ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ତରଫରୁ ମିଳିଲାନି ମହାପ୍ରୟାଣ ଗାଡ଼ି । ଅନ୍ୟ ଉପାୟ ନ ପାଇ ଶେଷରେ ରାସନକାର୍ଡ ବନ୍ଧକ ରଖିଲେ ପରିବାର ଲୋକେ । ଘରୋଇ ଆମ୍ବୁଲାନ୍ସକୁ ୫ ହଜାର ଟଙ୍କା ଦେଇ ୧୦ ଦିନର ଶିଶୁପୁତ୍ରର ଶବ ଘରକୁ ଆଣିଲେ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଦଳେଇଗୁଡ଼ା ଗାଁରେ । ସ୍ୱାସ୍ଥ୍ୟସେବାର ବାସ୍ତବ ଚିତ୍ରକୁ ଏହା ପଦାରେ ପକାଇ ଦେଇଛି ।

ସେପ୍ଟେମ୍ବର ୨୯ ତାରିଖ ରାତିରେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦଳେଇଗୁଡ଼ା ଗାଁର ନକୁଳ ଭତ୍ରା ଓ ଅମ୍ବିକା ନାୟକଙ୍କ ଏହି ଶିଶୁପୁତ୍ର ଜନ୍ମ ହୋଇଥିଲା । ମାତ୍ର ୭ ମାସରେ ଜନ୍ମ ହୋଇଥିବାରୁ ଓଜନ ଖୁବ୍ କମ୍ ରହିଥିଲା । ଏଥିଯୋଗୁ ତାକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଗତ ୫ ତାରିଖରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୨ଟାରେ ଶିଶୁର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କୋରାପୁଟରୁ ପାପଡ଼ାହାଣ୍ଡିର ଦୂରତା ଅଧିକ ଥିବାରୁ ଶିଶୁର ମୃତଦେହ ନେବାକୁ ମହାପ୍ରୟାଣ ସେବା ଯୋଗାଇଦେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । କିନ୍ତୁ କୌଣସି ସହାୟତା ମିଳି ନ ଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button