ରାଜ୍ୟ

Income Tax Rules: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ନିଯୁକ୍ତିଦାତା ଆୟକର ଜମା ନ କଲେ କର୍ମଚାରୀ ଦାୟୀ ନୁହନ୍ତି…

କଟକ,୧୦/୧୦: କର୍ମଚାରୀଙ୍କ ଦରମାରୁ ଆୟକର (ଟିଡିଏସ୍) କାଟି ନିଯୁକ୍ତିଦାତା ବା ସଂସ୍ଥା ଯଦି ଆୟକର ବିଭାଗ ନିକଟରେ ଜମା ନ କରନ୍ତି କିମ୍ବା ରିଟର୍ଣ୍ଣରେ ତ୍ରୁଟି ରଖନ୍ତି, ତେବେ ସେଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଦାୟୀ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ନିରୁପମା ନନ୍ଦଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍.କେ. ପାଣିଗ୍ରାହୀ ଏବଂ ଜଷ୍ଟିସ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ଆବେଦନକାରିଣୀ ବିଭିନ୍ନ କଲେଜରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ଦରମାରୁ କଲେଜ କର୍ତ୍ତୃପକ୍ଷ ୨୦୧୦-୧୧ରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ଟିଡିଏସ୍ ବାବଦ ଅର୍ଥ କାଟିଥିଲେ ମଧ୍ୟ ରିଟର୍ଣ୍ଣରେ ଉକ୍ତ ତଥ୍ୟ ଠିକ୍ ଭାବେ ଉଲ୍ଲେଖ କରିନଥିଲେ । ଫଳସ୍ୱରୂପ, ଆୟକର ବିଭାଗର ଫର୍ମ-୨୬ ଏଏସରେ ଏହି ଅର୍ଥ ପ୍ରତିଫଳିତ ହୋଇନଥିଲା । ପରବର୍ତ୍ତୀ ସମୟରେ ସେଣ୍ଟ୍ରାଲାଇଜ୍ଡ ପ୍ରୋସେସିଂ ସେଣ୍ଟର (ସିପିସି), ବେଙ୍ଗାଲୁରୁ ପକ୍ଷରୁ ତାଙ୍କ ନାମରେ ବକେୟା ଟିକସ ଦାବି କରି ଡିମାଣ୍ଡ ନୋଟିସ୍ ଜାରି କରାଯାଇଥିଲା । ଏହା ବିରୋଧରେ ସେ ଆୟକର ଅଧିକାରୀଙ୍କ ନିକଟରେ ସଂଶୋଧନ ଆବେଦନ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button