ରାଜ୍ୟ

Reels Turns Deadly: ନାଗ ସାପ ସହ ରିଲ୍ସ ପଡ଼ିଲା ମହଙ୍ଗା, ସାପ କାମୁଡ଼ାରେ ଗଲା ଧରାଳିଙ୍କ ଜୀବନ

ପୁରୀ,୧୦/୧୦: ବିଷାକ୍ତ ସାପକୁ ସହଜରେ  କାବୁ କରିନେଉଥିଲେ । ଯାହା ଘରେ ସାପ ପଶୁଥିଲା  ସେଠାରେ ପହଞ୍ଚି ଧରୁଥିଲେ । ସାପ ସହ ରିଲ୍ସ  କରୁଥିଲେ । ସାପ ସହ ଖେଳୁଥିବାରୁ ଦୃଶ୍ୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍‌  କରୁଥିବା ସାପ ଧରାଳିଙ୍କର ଶୁକ୍ରବାର ନାଗ ସାପ  ଦଂଶନରେ ମୃତ୍ୟୁ ହୋଇଛି । ମୃତକ ହେଲେ  ସଦରଥାନା ଅଧୀନ କଣ୍ଠପୁର ଗ୍ରାମର ତପନକୁମାର ପ୍ରଧାନ(୨୮) । ତପନଙ୍କ ମୃତ ଶରୀରକୁ  ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ  ରଖାଯାଇଛି । ଶନିବାର ବ୍ୟବଚ୍ଛେଦ ପରେ ପରିବାର  ସଦସ୍ୟକୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button