ଦେଶ ବିଦେଶ
GenZ: ଜେନ୍-ଜି ଆନ୍ଦୋଳନରେ ବିଦେଶୀ ହସ୍ତକ୍ଷେପ ଅଭିଯୋଗର ତଦନ୍ତ ଦାବି
ଲେଖାରେ କୁହାଯାଇଛି ଯେ ଭାରତର ଆଭ୍ୟନ୍ତରୀଣ ରାଜନୀତିରେ ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନିର୍ବାଚନୀ ଜନାଦେଶ ପ୍ରତି ବିପଦ ସୃଷ୍ଟି କରିପାରେ। ବିଦେଶରୁ ପରିଚାଳିତ ପ୍ରଚାର, ଗୁପ୍ତ ଆର୍ଥିକ ସହାୟତା ଓ ସାମାଜିକ ଗଣମାଧ୍ୟମରେ ସମନ୍ୱିତ ପ୍ରଚାର ମାଧ୍ୟମରେ ଦେଶର ରାଜନୈତିକ ପରିସ୍ଥିତିକୁ ପ୍ରଭାବିତ କରିବାର ଉଦ୍ୟମ ହୋଇପାରେ

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଜେନ୍-ଜି ଆନ୍ଦୋଳନ ପଛରେ ବିଦେଶୀ ସଂସ୍ଥା ବା ଶକ୍ତିଙ୍କ ହାତ ରହିଛି କି ନାହିଁ, ତାହାର ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ କରାଯିବା ଦରକାର। ଏହି ଆନ୍ଦୋଳନକୁ କିଏ ଆର୍ଥିକ ସହାୟତା ଦେଉଛି, ସାମାଜିକ ଗଣମାଧ୍ୟମରେ ପ୍ରଚାର ପାଇଁ କିଏ ଅର୍ଥ ଖର୍ଚ୍ଚ କରୁଛି ଏବଂ ଏହା ପଛରେ କୌଣସି ବିଦେଶୀ ସଂସ୍ଥାର ହାତ ରହିଛି କି ନାହିଁ, ତାହାର ତଦନ୍ତ ହେବା ଆବଶ୍ୟକ। ହିନ୍ଦୁସ୍ତାନ ଟାଇମ୍ସର କାର୍ଯ୍ୟନିର୍ବାହୀ ସମ୍ପାଦକ ଶିଶିର ଗୁପ୍ତା ରବିବାର ପ୍ରକାଶିତ ଏକ ଲେଖାରେ ଏହି ମତ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




