ଦେଶ ବିଦେଶ

Accident: ପଶ୍ଚିମ ତୁର୍କୀରେ ପର୍ଯ୍ୟଟନ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା: ୧୧ ମୃତ

ପଶ୍ଚିମ ତୁର୍କୀର ଗେବଜେ-ଓରହାଙ୍ଗାଜି-ଇଜମିର୍‌ ରାଜପଥର ଅଖିସାର ଟୋଲ୍ ଗେଟ୍ ନିକଟରେ ରବିବାର ଏକ ପର୍ଯ୍ୟଟନ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁ ଭୟଙ୍କର ଦୁର୍ଘଟଣା ଘଟିଛି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ୨୭ ଜଣ ପର୍ଯ୍ୟଟକ ଆହତ ହୋଇଥିବା...

ଆଙ୍କାରା: ପଶ୍ଚିମ ତୁର୍କୀର ଗେବଜେ-ଓରହାଙ୍ଗାଜି-ଇଜମିର୍‌ ରାଜପଥର ଅଖିସାର ଟୋଲ୍ ଗେଟ୍ ନିକଟରେ ରବିବାର ଏକ ପର୍ଯ୍ୟଟନ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁ ଭୟଙ୍କର ଦୁର୍ଘଟଣା ଘଟିଛି ଓ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ୨୭ ଜଣ ପର୍ଯ୍ୟଟକ ଆହତ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍‌ଟି ରାସ୍ତାରେ ଓଲଟି ପଡ଼ିଥିଲା ଓ ଏହାର ସମ୍ମୁଖ ଭାଗ ଭାଙ୍ଗିଯାଇଥିଲା।

ବସ୍‌ଟି ବୁର୍ସାରୁ ଇଜମିର୍‌ ଅଭିମୁଖେ ଯାତ୍ରା କରୁଥିଲା ଓ ଡେନିଜଲି ପ୍ରଦେଶର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ପାମୁକାଲେକୁ ଯାଉଥିବାବେଳେ ମାନିସା ପ୍ରଦେଶରେ ଦୁର୍ଘଟଣା ଘଟିଛି। ମାନିସା ଗଭର୍ନର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ସ୍ଥାନୀୟ ସମୟ ସକାଳ ୧୧ଟା ୧୧ ମିନିଟରେ ଦୁର୍ଘଟଣା ଖବର ମିଳିବା ପରେ ପୀଡ଼ିତଙ୍କ ସହାୟତା ପାଇଁ ତୁରନ୍ତ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ, ପୁଲିସ ଓ ଉଦ୍ଧାରକାରୀ ଦଳ ପରି ଜରୁରୀକାଳୀନ ସହାୟତା ପଠାଯାଇଥିଲା। ବସ୍‌ରେ ୩୪ ଯାତ୍ରୀ ଓ ୩ କ୍ରୁ ସଦସ୍ୟ ଥିଲେ। ଟ୍ରକ୍‌ରେ କେବଳ ଜଣେ ଡ୍ରାଇଭର ଥିଲେ। ଦୁର୍ଘଟଣାର କାରଣ ଜଣାପଡ଼ିନଥିବାବେଳେ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button