ଦେଶ ବିଦେଶ

Supremecourt: ମେଟ୍ରୋ ଚଳାଚଳ ସ୍ୱାଭାବିକ କର, ଇଣ୍ଟରନେଟ୍‌ ବନ୍ଦ କରନାହିଁ: ସୁପ୍ରିମ୍‌କୋର୍ଟ

ଦିଲ୍ଲୀରେ ସିଜେପି ପ୍ରତିବାଦକୁ ନେଇ ଲାଗୁ ହୋଇଥିବା କଟକଣା ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ୍‌କୋର୍ଟ। ମେଟ୍ରୋ ଓ ରେଳ ଚଳାଚଳ ସ୍ୱାଭାବିକ କରିବା, ଲୋକଙ୍କ ଯାତାୟାତ ଉପରେ ଅନାବଶ୍ୟକ କଟକଣା ନ ଲଗାଇବା, ଇଣ୍ଟରନେଟ୍‌ ସେବା ବନ୍ଦ ନ କରିବା ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ବେଆଇନ ଭାବେ ଅଟକ ନ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀରେ ସିଜେପି ପ୍ରତିବାଦକୁ ନେଇ ଲାଗୁ ହୋଇଥିବା କଟକଣା ଉପରେ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମ୍‌କୋର୍ଟ। ମେଟ୍ରୋ ଓ ରେଳ ଚଳାଚଳ ସ୍ୱାଭାବିକ କରିବା, ଲୋକଙ୍କ ଯାତାୟାତ ଉପରେ ଅନାବଶ୍ୟକ କଟକଣା ନ ଲଗାଇବା, ଇଣ୍ଟରନେଟ୍‌ ସେବା ବନ୍ଦ ନ କରିବା ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ବେଆଇନ ଭାବେ ଅଟକ ନ ରଖିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଦିଲ୍ଲୀରେ ଏ ସମ୍ପର୍କିତ ଆବେଦନର ଜରୁରୀ ଶୁଣାଣି କରି ବିଚାରପତି ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଶନିବାର ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରତିବାଦ କରିବାକୁ ଯୋଜନା ହୋଇଥିଲା। ଏହାକୁ ରୋକିବା ପାଇଁ ଦିଲ୍ଲୀରେ ପ୍ରାୟ ୪୧ ହଜାର ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ପୁଲିସ ପ୍ରାୟ ୭ ହଜାର ଲୋକଙ୍କୁ ଅଟକ ରଖିଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏଥିସହ ଅନେକ ମେଟ୍ରୋ ଓ ରେଳ ଷ୍ଟେସନ୍‌ ବନ୍ଦ ରଖାଯାଇଥିବାରୁ ଲୋକମାନେ ଯାତାୟାତରେ ଅସୁବିଧା ଭୋଗିଥିଲେ। ଏହି ଘଟଣାକୁ ନେଇ ଦାଏର ଆବେଦନରେ ଅଭିଯୋଗ କରାଯାଇଥିଲା ଯେ ସୁପ୍ରିମ୍‌କୋର୍ଟ ଅକ୍ଟୋବର ୯ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଅଧିକାରୀମାନେ ଅଣଦେଖା କରିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମେଟ୍ରୋ ଓ ରେଳ ସେବା ବନ୍ଦ ରହିଥିଲା, ଯାତାୟାତ ପାଇଁ ଆବଶ୍ୟକ ସୂଚନା ଦିଆଯାଇନଥିଲା ଏବଂ ନିଷେଧାଦେଶ ଲାଗୁ ହୋଇଥିବା ଅଞ୍ଚଳ ବାହାରେ ମଧ୍ୟ ଲୋକଙ୍କୁ ଅଟକ ରଖାଯାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button