ଦେଶ ବିଦେଶ

SIR: ଭୋଟର ତାଲିକାରେ ସହିଦ ଭଗତ ସିଂହଙ୍କ ଫଟୋ ନେଇ ପ୍ରଶ୍ନ ଉଠାଇଲେ ସାଂସଦ

ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି ସହିଦ ଭଗତ ସିଂହ। ପଂଜାବର ଲୁଧିଆନାରୁ ସାଂସଦ ଏବଂ ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର ସିଂହ ରାଜା ୱାରିଂ ଏହି ଅଭିଯୋଗ ଆଣିଛନ୍ତି। ଭୋଟର ତାଲିକାରେ ତ୍ରୁଟି ନେଇ ସେ ଏକ ଅଭିଯୋଗ ଦର୍ଶାଇଛନ୍ତି।

ଚଣ୍ଡିଗଡ଼: ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି ସହିଦ ଭଗତ ସିଂହ। ପଂଜାବର ଲୁଧିଆନାରୁ ସାଂସଦ ଏବଂ ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର ସିଂହ ରାଜା ୱାରିଂ ଏହି ଅଭିଯୋଗ ଆଣିଛନ୍ତି। ଭୋଟର ତାଲିକାରେ ତ୍ରୁଟି ନେଇ ସେ ଏକ ଅଭିଯୋଗ ଦର୍ଶାଇଛନ୍ତି। ସେ ଦାବି କରିଛନ୍ତି ଯେ ଜଣେ ଭୋଟରଙ୍କ ନାମ ପାଖରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଫଟୋ ଲଗାଯାଇଛି। ଅନ୍ୟପକ୍ଷରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ କହିଛି, ତ୍ରୁଟି ସଂଶୋଧନ କରାଯାଇଛି ଏବଂ ସଠିକ୍ ଫଟୋ ଚୂଡ଼ାନ୍ତ ତାଲିକାରେ ରହିବ। ‘ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ’ (ଏସ୍‌ଆଇଆର) ପ୍ରକ୍ରିୟା ଅଧୀନରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବାର ଗୋଟିଏ ଦିନ ପୂର୍ବରୁ ୱାରିଂ ନିର୍ବାଚନ କମିସନଙ୍କଠାରୁ ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଏବଂ କହିଛନ୍ତି ଯେ ସତ୍ୟ ପ୍ରକାଶିତ ହେବା ଉଚିତ।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ ଅରିନ୍ଦର ସିଂହ ୱାରିଂ କହିଛନ୍ତି ଯେ ଲୁଧିଆନା ପୂର୍ବରେ ପୋଲିଂ ବୁଥ୍ ୩୮ରେ କ୍ରମିକ ନମ୍ବର ୪୨୨ ସାମ୍ନାରେ ଫଟୋ ଲଗାଯାଇଥିବା ଅଭିଯୋଗ ହୋଇଛି। ସେ ହରିୟାଣାର ଭୋଟର ତାଲିକାରେ ଫଟୋ ସମ୍ବନ୍ଧୀୟ ବିସଙ୍ଗତିର ପୂର୍ବ ରିପୋର୍ଟଗୁଡ଼ିକୁ ଉଦ୍ଧୃତ କରିଛନ୍ତି ଏବଂ ନିର୍ବାଚନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ପ୍ରଶ୍ନ ଉଠାଇଲେ ସାଂସଦ 
ଅରିନ୍ଦର ସିଂହ ୱାରିଂ ପଚାରିଛନ୍ତି, ନିର୍ବାଚନ କମିସନ ଉତ୍ତର ଦିଅନ୍ତୁ! ଭୋଟର ତାଲିକାରେ ଏପରି ତ୍ରୁଟି କିପରି ଘଟୁଛି? ଏଗୁଡ଼ିକର ତଦନ୍ତ କିଏ କରିବ ଏବଂ କାହାକୁ ଦାୟୀ କରାଯିବ? ସେ କମିସନଙ୍କୁ ସତ୍ୟ ଖୋଜିବା ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button