ଦେଶ ବିଦେଶ

Hormuz Attack: ହର୍ମୁଜ୍‌ରେ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ନେଇ ଭାରତ କ୍ରୋଧିତ

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ୧୧ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ଏମଟି ପେଟ୍ରୋ ଡଲଫିନ୍ ଜାହାଜ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା।

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ୧୧ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ଏମଟି ପେଟ୍ରୋ ଡଲଫିନ୍ ଜାହାଜ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଦୁଇ ଜଣ ନାବିକ ନିଖୋଜ ଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ ଏହି ଆକ୍ରମଣକୁ ନିନ୍ଦା କରିଛି ଏବଂ ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷର ଅନ୍ତ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଛି। ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି, ଆମେ ରିପୋର୍ଟ ପାଇଛୁ ଯେ ଏମଟି ପେଟ୍ରୋ ଡଲଫିନ୍ ଉପରେ ଏକ ଡ୍ରୋନ୍ ଆକ୍ରମଣ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button