Attack: ଘସିପୁରାରେ ପାଗଳ ଶିଆଳ ଆତଙ୍କ: ୧୫ ଆହତ
କେନ୍ଦୁଝର ଜିଲ୍ଲା ଘସିପୁରାର ତରିମୂଳ ସମେତ ଅନେକ ଗ୍ରାମରେ ଶିଆଳ ଆକ୍ରମଣ ଆତଙ୍କ। ୧୫ ଜଣ ଆହତ ହୋଇଥିବା ଅଭିଯୋଗ। ଲୋକମାନଙ୍କ କହିବା ଅନୁଯାୟୀ ଆହୁରି ୨୦ ରୁ ୩୦ ପାଗଳ ଶିଆଳ ଆଖପାଖ ଗ୍ରାମ ଭିତରକୁ ରାତି ହେଲେ ଆସୁଛନ୍ତି ଏବଂ ଆକ୍ରମଣ କରୁଛନ୍ତି।

ଆନନ୍ଦପୁର:ଘସିପୁରା ବ୍ଲକର ତରିମୂଳ ଗ୍ରାମ, କଣ୍ଟାରୋହି ଗ୍ରାମ, ନରସିଂହପୁର ଗ୍ରାମ, କୋଚିଆନାଣ୍ଡି ଗ୍ରାମ ସମେତ ଆଖପାଖର କିଛି ଗ୍ରାମରେ ପାଗଳ ଶିଆଳଙ୍କର ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟା ସମୟରେ ତରିମୂଳ ଗ୍ରାମର ସନାତନ ରାଉତ (ଜନ) ଙ୍କୁ ତାଙ୍କ ଘର ଆଗରେ ଏକ ପାଗଳ ଶିଆଳ ହଠାତ୍ ଆକ୍ରମଣ କରିଥିଲା ଏବଂ ଦେହ ସାରା କାମୁଡ଼ିକି ରକ୍ତାକ୍ତ କରିଦେଇଥିଲା ଏବଂ ଘଟଣା ସ୍ଥଳରେ ନିଜକୁ ବଞ୍ଚାଇବାକୁ ଯାଇ ସେହି ଶିଆଳଟିକୁ ପିଟି ପିଟି ହତ୍ୟା କରିଦେଇଥିଲେ ।
୧୫ ଜଣ ଲୋକଙ୍କୁ ଆକ୍ରମଣ କରି କ୍ଷତାକ୍ତ
ଆଖପାଖ ଗ୍ରାମରେ ରାତି ହେଲେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏହିଭଳି ୧୫ ଜଣ ଲୋକଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିସାରିଲାଣି। ଲୋକମାନଙ୍କ କହିବା ଅନୁଯାୟୀ ଆହୁରି ୨୦ ରୁ ୩୦ ପାଗଳ ଶିଆଳ ଆଖପାଖ ଗ୍ରାମ ଭିତରକୁ ରାତି ହେଲେ ଆସୁଛନ୍ତି ଏବଂ ଆକ୍ରମଣ କରୁଛନ୍ତି।ଦୟାକରି ରାତ୍ରି ସମୟରେ କେହି ଏକା ବାହାରକୁ ଯାଆନ୍ତୁ ନାହିଁ, ଯଦି କିଛି ଜରୁରୀ କାମ ପାଇଁ ଯାଉଛନ୍ତି ସାଥିରେ ଟର୍ଚ୍ଚ ଏବଂ ଠେଙ୍ଗା ଧରି ଯାଆନ୍ତୁ ବୋଲି ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।
ସୌଜନ୍ୟ ସମ୍ବାଦ




