ରାଜ୍ୟ

Drinking water: ୪ ଦିଗରୁ ପାଣି ଯୋଗାଣ ଠପ୍‌; ପିଇବାପାଣି ଲାଗି ଡହଳବିକଳ ୫୦ ପରିବାର

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ୨ ନମ୍ବର ୱାର୍ଡ ବିର୍ସାନଗର ବସ୍ତିରେ ଏବେ ଉତ୍କଟ ପାନୀୟଜଳ ସମସ୍ୟା ଦେଖାଦେଇଥିବା ସାଧାରଣରେ ଅଭିଯୋଗ ହୋଇଛି।

କାଳିଆପାଣି (ରବି ନାରାୟଣ କର): ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ପଞ୍ଚାୟତର ପ୍ରତ୍ୟକ୍ଷ ଖଣି ପ୍ରଭାବିତ ୨ ନମ୍ବର ୱାର୍ଡ ବିର୍ସାନଗର ବସ୍ତିରେ ଏବେ ଉତ୍କଟ ପାନୀୟଜଳ ସମସ୍ୟା ଦେଖାଦେଇଥିବା ସାଧାରଣରେ ଅଭିଯୋଗ ହୋଇଛି। ବସ୍ତି ମଝିରେ ସୁରେନ ସେଠୀଙ୍କ ଘର ପାଖ ସୌର ପାନୀୟଜଳ ପ୍ରକଳ୍ପ ବର୍ଷେ ଧରି ଅଚଳ ପଡ଼ିଛି। ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପର କାଙ୍କଡ଼ପାଳ ଜଳ ବିଶୋଧନ କାରଖାନାରୁ ୫ ଦିନ ଧରି ଜଳ ଯୋଗାଣ ଠପ୍‌ ହୋଇଯାଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପକ୍ଷରୁ ଘରକୁ ଘର ବୁଲି ନିର୍ମଳବୁନ୍ଦା ଜଳ‌ ଯୋଗାଣ ୪ ଦିନ ଧରି ସଂପୂର୍ଣ୍ଣ ବ୍ୟାହତ ହୋଇରହିଛି। ୱାର୍ଟର ଏଟିଏମ୍ କାର୍ଡ ପାଇଥିବା ଉପଭୋକ୍ତାଙ୍କୁ ଏଟିଏମ୍‌ରୁ ପାଣି ମିଳୁନି।

ସେହିପରି ୨୦ ବର୍ଷ ଧରି ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣି କଲୋନିରୁ ଜଗନ୍ନାଥ ମନ୍ଦିର(ଶ୍ରୀଧାମ) ପାଖ ପାଇପ୍‌ ଲାଇନରୁ ଜାରି ରହିଥିବା ଜଳ‌ ଯୋଗାଣ ବ୍ୟବସ୍ଥା ୩ ମାସ ହେଲା ବନ୍ଦ୍ ହୋଇଯାଇଛି। ୨ ବର୍ଷ ହେଲା ଖଣି ଅଚଳ ପଡ଼ିଥିବାରୁ ଟାଟାଷ୍ଟିଲ ପକ୍ଷରୁ ଏହି ବ୍ୟବସ୍ଥା ବନ୍ଦ୍ କରାଯାଇଥିବା କୁହାଯାଉଛି। ବିଭିନ୍ନ ଜଳଉତ୍ସ ଠପ୍‌ ହୋଇଯିବାରୁ ଏଠାରେ ବସବାସ କରୁଥିବା ୫୦ ରୁ ୬୦ ପରିବାର ପିଇବା ପାଣି ଓ ସ୍ନାନଶୌଚ ପାଇଁ ବହୁ ଦହଗଞ୍ଜ ହେଉଥିବାରୁ ସାଧାରଣରେ ଅସନ୍ତୋଷ ତେଜିଉଠିଛି। ଘର ଠାରୁ ୫ ଶହରୁ ୭ ଶହ ମିଟର ଦୂର ହାଟ ପଡ଼ିଆ ପାଖ ନଳକୂଅରୁ ପାଣି ସଂଗ୍ରହ ଓ ବୋହି ଆଣୁଥିବା ଦର୍ଶାଇ ମହିଳାମାନେ କ୍ଷୋଭ ପ୍ରକାଶ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button