Gajapati’s forests: ଗଜପତି ଜଙ୍ଗଲ ଉପରେ ଅନ୍ତଃରାଜ୍ୟ ତସ୍କରଙ୍କ ଆଖି! ଅଢ଼େଇ ବର୍ଷରେ ୧୩ ମାମଲା, ୩୮ ଗିରଫ
ଗଜପତି ଜିଲ୍ଲାର ଜଙ୍ଗଲ ଉପରେ ଏବେ ମାଫିଆ ଓ ଅନ୍ତଃରାଜ୍ୟ ତସ୍କରଙ୍କ ଦୃଷ୍ଟି ପଡ଼ିଛି। ବନ୍ୟଜନ୍ତୁ ଶିକାର ଓ ଚାଲାଣ ରୢାକେଟ୍ ଏଠାରୁ ବିଭିନ୍ନ ରାଜ୍ୟକୁ ଲମ୍ବିଛି। ଗତ ଦୁଇଦିନରେ ଦୁଇ କଲରାପତରିଆ ବାଘଛାଲ ଜବତ ସହ ୬ ଜଣ ଗିରଫ ହେବା ଏହାର ଜ୍ବଳନ୍ତ ଉଦାହରଣ।

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜଙ୍ଗଲ ଉପରେ ଏବେ ମାଫିଆ ଓ ଅନ୍ତଃରାଜ୍ୟ ତସ୍କରଙ୍କ ଦୃଷ୍ଟି ପଡ଼ିଛି। ବନ୍ୟଜନ୍ତୁ ଶିକାର ଓ ଚାଲାଣ ରୢାକେଟ୍ ଏଠାରୁ ବିଭିନ୍ନ ରାଜ୍ୟକୁ ଲମ୍ବିଛି। ଗତ ଦୁଇଦିନରେ ଦୁଇ କଲରାପତରିଆ ବାଘଛାଲ ଜବତ ସହ ୬ ଜଣ ଗିରଫ ହେବା ଏହାର ଜ୍ବଳନ୍ତ ଉଦାହରଣ। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ବିପଦରେ ପଡ଼ିଛି।
ବନ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୪ରୁ ୨୦୨୬ ଅକ୍ଟୋବର ୯ ସୁଦ୍ଧା ପାରଳାଖେମୁଣ୍ଡି ବନଖଣ୍ଡରେ ବନ୍ୟଜନ୍ତୁ ଅପରାଧ ସମ୍ପର୍କିତ ୧୩ଟି ଓଆର୍ (ଆପରାଧିକ) ମାମଲା ରୁଜୁ ହୋଇଛି। ଏଥିରେ ମୋଟ ୩୮ ଜଣ ଗିରଫ ହୋଇଥିବା ବେଳେ ବିଭିନ୍ନ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହାବାଦ୍ ୧୨ଟି ୟୁଡି (ଅସ୍ୱାଭାବିକ ମୃତ୍ୟୁ) ମାମଲା ମଧ୍ୟ ରେକର୍ଡ ହୋଇଛି। ଯଦିଓ ଏହି ୟୁଡି ମାମଲାଗୁଡ଼ିକୁ ସିଧାସଳଖ ବନ୍ୟଜନ୍ତୁ ଶିକାର ମାମଲା ଭାବେ ଗଣାଯାଇପାରିବ ନାହିଁ, ତଥାପି ବନ୍ୟଜନ୍ତୁଙ୍କ ମୃତ୍ୟୁ ସମ୍ପର୍କିତ ଘଟଣାଗୁଡ଼ିକରେ ଉପଯୁକ୍ତ ତଦନ୍ତ ଓ ମୃତ୍ୟୁର କାରଣ ଖୋଜି ବାହାର କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାପୂର୍ବରୁ ୨୦୨୩ରୁ ୨୦୨୫ ମଧ୍ୟରେ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବନ୍ୟଜନ୍ତୁ ଶିକାର ସମ୍ପର୍କିତ ୯ଟି ମାମଲାରେ ୨୯ ଜଣ ଗିରଫ ହୋଇଥିଲେ। ଚନ୍ଦ୍ରଗିରି ଓ ମହେନ୍ଦ୍ର ରେଞ୍ଜରେ ୩ଟି ଲେଖାଏଁ ମାମଲା ରୁଜୁ ହୋଇଥିବା ବେଳେ ରା.ଉଦୟଗିରି, ରାମଗିରି ଓ ଦେବଗିରି ରେଞ୍ଜରେ ଗୋଟିଏ ଲେଖାଏଁ ମାମଲା ରହିଥିଲା।
ସୌଜନ୍ୟ ସମ୍ବାଦ




