ରାଜ୍ୟ

Wildlife: କନ୍ଧମାଳରେ ବନ୍ୟଜନ୍ତୁ ଶିକାର ରୢାକେଟ୍‌, ୩ ଗିରଫ: କଲରାପତରିଆର ନଖ, ଦାନ୍ତ ଜବତ, ଶିଙ୍ଗ ଲାଗିଥିବା ୨ ହରିଣ ଖପୁରି ମିଳିଲା

କନ୍ଧମାଳ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଏବଂ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣର ଏକ ବଡ଼ ରୢାକେଟ୍‌କୁ ବନ ବିଭାଗ ଠାବ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଏବଂ ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣର ଏକ ବଡ଼ ରୢାକେଟ୍‌କୁ ବନ ବିଭାଗ ଠାବ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେ‌ଲେ, ଟିକାବାଲି ଥାନା ଅନ୍ତର୍ଗତ ଜାବେଡ଼ି ଗ୍ରାମର ଅମିତାଭ ପ୍ରଧାନ, ତୋଫାନ ପ୍ରଧାନ ଓ ରାଜିକାଖୋଲ ଗ୍ରାମର ଦିଗାମ୍ବର କହଁର ଓରଫ ଡିମ୍ବା। ଅମିତାଭ ଓ ତୋଫାନ ରୢାକେଟର ମାଷ୍ଟରମାଇଣ୍ଡ ଉତ୍ତମ ମାଝୀକୁ ଦୁଇଟି ବାଘଛାଲ ଯୋଗାଇଥିଲେ। ଉତ୍ତମକୁ ଗତମାସ ୧୮ ତାରିଖରେ ଗିରଫ କରାଯାଇଥିଲା। ସେହିପରି ଦିଗାମ୍ବର ଦେଶୀ ବନ୍ଧୁକରେ ଜଙ୍ଗଲରେ ବାଘ ଶିକାର କରୁଥିବା ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ବେଳେ ତା’ଠାରୁ  କଲରାପତରିଆ ବାଘର ୪ଟି ନଖ, ୪ଟି ବାଘଦାନ୍ତ, ଶିଙ୍ଗ ଲାଗିଥିବା ୨ଟି ହରିଣ ଖପୁରି ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗ ଜବତ ହୋଇଛି।

ଶିଙ୍ଗ ଲାଗିଥିବା ୨ ହରିଣ ଖପୁରି ମିଳିଲା
ଗିରଫ ମାଷ୍ଟରମାଇଣ୍ଡକୁ ବାଘଛାଲ ଯୋଗାଇଥିଲେ

ବନ ବିଭାଗର ସୂଚନା ଅନୁଯାୟୀ, ଗତମାସ ୧୮ ତାରିଖ ଦିନ ବାଲିଗୁଡ଼ା ବସଷ୍ଟାଣ୍ଡରୁ ଦୁଇଟି କଲରାପତରିଆ ବାଘ ଚମଡ଼ା ଧରି ଆସୁଥିବା ଉତ୍ତମକୁ ଗିରଫ କରାଯାଇଥିଲା। ସେହି ମାମଲାରେ ବାଲିଗୁଡ଼ା ବନାଞ୍ଚଳ ପକ୍ଷରୁ କେସ୍ ନଂ ୪୩/୨୦୨୬-୨୭  ଅନୁସାରେ ମାମଲା ରୁଜୁ ସହ ତଦନ୍ତ ଜାରି ରହିଥିଲା। ଉତ୍ତମ ୫ ଲକ୍ଷ ଟଙ୍କାର ଡିଲ୍‌ କରିଥିବା ବେଳେ ଏଥିରେ ଏକାଧିକଙ୍କ ସଂପୃକ୍ତିକୁ ନେଇ ତନାଘନା ଆରମ୍ଭ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button