ରାଜ୍ୟ

Dussehra 2026: କେଉଁ ଦିନ ପାଳିବେ ଦଶହରା ? ଜାଣନ୍ତୁ କ’ଣ କହୁଛି ପଞ୍ଜି…

ପୁରୀ,୧୨/୧୦: ଦଶହରା ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ପଞ୍ଜିକାରେ ପୀଠେ ଦଶହରା ଅକ୍ଟୋବର ୨୦ରେ ଓ ଶ୍ରୀମନ୍ଦିରରେ ବିଜୟା ଦଶମୀ ଓ ଦଶହରା ଅକ୍ଟୋବର ୨୧ରେ ଉଲ୍ଲେଖ ରହିଛି ।

ଜ୍ୟୋତିର୍ବିଦ ତଥା ପଞ୍ଜିକାର ହରିଶଙ୍କର ମିଶ୍ର କହିଛନ୍ତି, ପଞ୍ଜିକାରେ ପୀଠେ ଦଶହରା ଅକ୍ଟୋବର ୨୦ରେ ଉଲ୍ଲେଖ ଥିବାରୁ ସେହିଦିନ ଅଭିଜିତ ନକ୍ଷତ୍ର ଅନୁଯାୟୀ ଦଶହରା ପାଳନ ବିଧେୟ । ହେଲେ ୨୧ରେ ଶ୍ରୀମନ୍ଦିରରେ ଦଶହରା ନୁହେଁ ତାହା ହେଉଛି ବିଜୟା ଦଶମୀ ଓ ଆୟୁଧ ପୂଜା । ମା’ ବିମଳା ଶ୍ରୀମନ୍ଦିରରେ ରହୁଥିବାରୁ ତାଙ୍କର ପୀଠେ ଦଶହରା ଅକ୍ଟୋବର ୨୦ ଆଶ୍ୱିନ ଶୁକ୍ଳ ଦଶମୀରେ ଦଶହରା ପାଳିତ ହେବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button