ରାଜ୍ୟ

Group Clash: ଗଣେଶ ଭସାଣି ବେଳେ ଡିଜେ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁଣ୍ଡ ଫଟାଫଟି, ୮ରୁ ଅଧିକ ଗୁରୁତର

ପିପିଲି, ୧୨/୧୦: ଗଣେଶ ପୂଜା ଭସାଣି ବେଳେ ଡିଜେ ବଜାଇବାକୁ ନେଇ ତୁମୁଳକାଣ୍ଡ। ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଖଣ୍ଡିଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୮ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରବିବାର ରାତି ଅଧରେ ଗଣେଶ ଭସାଣି ଚାଲିଥିବା ବେଳେ ଉଚ୍ଚ ଶବ୍ଦରେ ଡିଜେ ବଜାଇବାକୁ କିଛି ଲୋକ ବାରଣ କରିଥିଲେ। ଏହାକୁ ନେଇ ପ୍ରଥମେ ବଚସା ହୋଇଥିବା ବେଳେ ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ସହ ସଂଘର୍ଷର ରୂପ ନେଇଥିଲା।ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ଓ ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଗାଁରେ ପୁଲିସ ମୁତୟନ କରାଯାଇଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button