ମନୋରଞ୍ଜନ

Vidya Balan: ୧୫ ବର୍ଷ ପରେ ଆସୁଛି ବିଦ୍ୟା ବାଲନ୍‌ଙ୍କ ‘ଦ ଡର୍ଟି ପିକ୍ଚର୍’ର ସିକ୍ୱେଲ୍

ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଏବଂ ସଫଳ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ‘ଦ ଡର୍ଟି ପିକ୍ଚର୍‌’ର ସିକ୍ୱେଲ୍ ବା ଦ୍ୱିତୀୟ ଭାଗ ନିର୍ମାଣ ନେଇ ବଡ଼ ଘୋଷଣା ହୋଇଛି।

ମୁମ୍ବାଇ: ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ଏବଂ ସଫଳ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ ‘ଦ ଡର୍ଟି ପିକ୍ଚର୍‌’ର ସିକ୍ୱେଲ୍ ବା ଦ୍ୱିତୀୟ ଭାଗ ନିର୍ମାଣ ନେଇ ବଡ଼ ଘୋଷଣା ହୋଇଛି। ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଏହି ବ୍ଲକବଷ୍ଟର ଫିଲ୍ମର ୧୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଯୋଜିକା ଏକତା କପୁର ଏହାର ସିକ୍ୱେଲ୍ ଅର୍ଥାତ୍ ‘ଦ ଡର୍ଟି ପିକ୍ଚର୍ ୨’ ଆସୁଥିବା ନେଇ ସ୍ପଷ୍ଟ କରିଛନ୍ତି। ଏହାସହ ସେ ଫିଲ୍ମର କାହାଣୀକୁ ନେଇ ମଧ୍ୟ ଏକ ବଡ଼ ଇଙ୍ଗିତ ଦେଇଛନ୍ତି।

ଏକତା କପୁରଙ୍କ ବଡ଼ ଘୋଷଣା
ଏକ ପୋଡକାଷ୍ଟରେ ଆଲୋଚନା କରିବା ଅବସରରେ ଏକତା କପୁର ପ୍ରକାଶ କରିଛନ୍ତି ଯେ, ସେ ଗତ କିଛି ସମୟ ହେବ ଏହି ପ୍ରୋଜେକ୍ଟକୁ ନେଇ ଚିନ୍ତା କରୁଥିଲେ ଏବଂ ଶେଷରେ ତାଙ୍କ ପାଖରେ ପରଦାକୁ ଆଣିବା ଭଳି ଏକ ଉପଯୁକ୍ତ କାହାଣୀ ରହିଛି। ସେ କହିଛନ୍ତି, “ମୁଁ ଏକ ବଡ଼ ଫିଲ୍ମ ‘ଦ ଡର୍ଟି ପିକ୍ଚର୍ ୨’ ନିର୍ମାଣ କରୁଛି। ୧୫ ବର୍ଷ ପରେ ମୁଁ ଏହାର ଯୋଜନା କରିଛି। ଏଥର ମୋ ପାଖରେ ଏପରି ଏକ କାହାଣୀ ଅଛି, ଯାହାକୁ ମୁଁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଚାହେଁ।”

ପ୍ରଯୋଜିକା ଏକତା କପୁର ସ୍ପଷ୍ଟ କରିଛନ୍ତି ଯେ, ସିକ୍ୱେଲ୍ ପୁଣିଥରେ ଜଣେ ଏଭଳି ନାରୀ ଚରିତ୍ର ଉପରେ ପର୍ଯ୍ୟବସିତ ହେବ, ଯାହାଙ୍କ ଜୀବନ କାହାଣୀରେ କିଛି ସ୍ୱତନ୍ତ୍ରତା ଥିବ। ପ୍ରଥମ ଫିଲ୍ମର ମୂଳ ଭାବନା ସହିତ ଏହାକୁ ଯୋଡ଼ାଯିବ। ତେବେ ଆଗାମୀ ଫିଲ୍ମଟି କାହାର ଜୀବନ ବା ଅଭିଜ୍ଞତା ଦ୍ୱାରା ଅନୁପ୍ରାଣିତ ହେବ, ସେ ସମ୍ପର୍ଣ୍ଣ ସୂଚନା ସେ ଦେଇନାହାନ୍ତି। ଏପର୍ଯ୍ୟନ୍ତ ଫିଲ୍ମର ଷ୍ଟାର୍ କାଷ୍ଟ୍, ନିର୍ଦ୍ଦେଶକ କିମ୍ବା ମୁକ୍ତିଲାଭ ତାରିଖ ନେଇ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button