ରାଜ୍ୟ

Low Pressure Alert: ଓଡ଼ିଶାରୁ ଫେରୁଛି ମୌସୁମୀ, ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଦଶହରାରେ ଶୁଖିଲା ପାଗ

ଭୁବନେଶ୍ୱର,୧୩/୧୦: ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛି ।  ଅନ୍ୟପଟେ ରାଜ୍ୟର କେତେକ ଅଞ୍ଚଳରେ ପାଗ ଆଂଶିକ  ମେଘୁଆ ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ  ଅନୁସାରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରାରେ ବିଶେଷ  ପରିବର୍ତ୍ତନ ସମ୍ଭାବନା ନାହିଁ ।

ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଘୂର୍ଣ୍ଣିବଳୟ  ମଙ୍ଗଳବାରକୁ ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ  ଲଘୁଚାପ ରୂପ ନେଇପାରେ । ତେବେ ଓଡ଼ିଶାରେ ବଡ଼  ବର୍ଷା ସମ୍ଭାବନା କମ୍‌ ରହିଛି । ଆସନ୍ତା ୧୭-୧୮ ତାରିଖ  ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ  ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।

କୃଷି ପାଣିପାଗ  ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ  କହିବାନୁସାରେ ଦଶହରା ସମୟରେ ଓଡ଼ିଶାର  ଅଧିକାଂଶ ସ୍ଥାନରେ ପାଗ ପ୍ରାୟତଃ ଶୁଖିଲା  ରହିପାରେ । ତେବେ ଦକ୍ଷିଣ ଉପକୂଳ ଓ ନିକଟବର୍ତ୍ତୀ  ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ କିଛି ବର୍ଷା  ହୋଇପାରେ । ତାଙ୍କ ଆକଳନ ଅନୁସାରେ ବର୍ତ୍ତମାନ  ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମ, ଉତ୍ତର  ଓ କେନ୍ଦ୍ରୀୟ ଓଡ଼ିଶାରେ ପାଗ ପ୍ରାୟ ଶୁଖିଲା  ରହିପାରେ । ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ  କାଁ ଭାଁ  ହାଲୁକା ବର୍ଷା ହୋଇପାରେ । ଆସନ୍ତା ୧୭ରୁ  ୧୯ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ,  ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା ଓ କୋରାପୁଟ  ଜିଲ୍ଲାର କେତେକ ସ୍ଥାନରେ ହାଲୁକା ଏବଂ ଅଳ୍ପ  କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା  ଅଛି । କାଁ ଭାଁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।  ତେବେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପାଗ ପ୍ରାୟତଃ  ଶୁଖିଲା ରହିପାରେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button