ରାଜ୍ୟ

Gold Price Hike: ୧୫୦୦ ଟଙ୍କା ବଢ଼ିଲା ସୁନା, ଆଗକୁ ଆହୁରି ବଢିବା ନେଇ ବିଶେଷଜ୍ଞ ଆକଳନ

ଭୁବନେଶ୍ୱର,  ୨୭/୧୧: ସୁନା ଦରରେ ଦେଖାଦେଇଛି ଅସ୍ଥିରତା । ଗୁରୁବାର ଏହି ଧାତୁ ସାମାନ୍ୟ ମହଙ୍ଗା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୧୫୨୦ ଟଙ୍କା ଏବଂ ୧୪୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୧୪,୪୦୦ ଟଙ୍କା ଏବଂ ୧,୨୪,୮୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୧.୬୫ ଲକ୍ଷ ଟଙ୍କାରେ ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି ।

 

ବିଶେଷଜ୍ଞଙ୍କ କହିବାନୁସାରେ, ଲଗାତର ଦର ଖସିବା ଫଳରେ ଏବେ ଲୋକେ ବଡ଼ ଆକାରରେ ସୁନା ଏବଂ ରୁପା କିଣୁଛନ୍ତି । ଫଳରେ ଆଗାମୀ ଦିନରେ ଧାତୁ ଦ୍ୱୟର ଦର ବଢ଼ିପାରେ । ବର୍ତ୍ତମାନ ସ୍ଥିତିରେ ଏକାବେଳେ ନ କିଣି ପର୍ଯ୍ୟାୟ ଭିତ୍ତିରେ ସୁନା କିଣିବା ପାଇଁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ । ସୂଚନାଯୋଗ୍ୟ, ସମ୍ପ୍ରତି ସୁନା ଏହାର ରେକର୍ଡ ସ୍ତରରୁ ପ୍ରାୟ ୩୦% ଶସ୍ତା ହୋଇଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button