Mayurbhanj News:ମୟୂରଭଞ୍ଜରେ ଲଜ୍ଜା, ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଫେରାର

କରଞ୍ଜିଆ,୧୩ \୧୦: ମୟୁରଭଞ୍ଜରେ ଲଜ୍ଜା, ପୁଣି ଗୁରୁ -ଶିଷ୍ୟ ପରମ୍ପରାରେ ଲାଗିଲା କଳଙ୍କ । ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ । ଥାନାରେ ମାମଲା ରୁଜୁ । ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଫେରାର । ଏଭଳି ଘଟଣା ଘଟିଛି ଶୁକୃଳି ବ୍ଲକ ଘାଗି ଆଶ୍ରମ ବିଦ୍ୟାଳୟରେ ।
ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୫ ତାରିଖରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ କାର୍ଯ୍ୟାଳୟର କବାଟ ଝରକା ବନ୍ଦ କରିବାକୁ ଡାକି ଛାତ୍ରୀ ଜଣଙ୍କୁ ଅସଦାଚରଣ କରିଥିଲେ । ପୀଡିତା ଜଣଙ୍କ ଘଟଣା ବିଷୟରେ ହଷ୍ଟେଲର ଦୁଇ ଜଣ ମେଟ୍ରୋନଙ୍କୁ କହିବା ପରେବି ସେମାନେ ଏହାକୁ ଚାପିଦେବାକୁ ଉଦ୍ୟମ କରିଥିଲେ । ଗତକାଲି ପୀଡିତା ଫୋନ୍ ଯୋଗେ ତାଙ୍କ ଅବିଭାବକଙ୍କୁ କହିବା ପରେ ପ୍ରଧାନ ଶିକ୍ଷକଙ୍କ କଳାକାରନାମା ସାମ୍ନାକୁ ଆସିଛି । ଏ ଘଟଣାକୁ ନେଇ ରରୁଆଁ ଥାନାରେ ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ପ୍ରଧାନ ଶିକ୍ଷକ ଫେରାର ଥିବା ବେଳେ ବିଦ୍ୟାଳୟକୁ ଯାଇ ଅଧିକ ତଦନ୍ତ କରୁଛି ରରୁଆଁ ପୋଲିସ ।
ସୌଜନ୍ୟ ପ୍ରମେୟ




