ରାଜ୍ୟ

Durga Puja 2026: ଦଶହରା ସରକାରୀ ଛୁଟି ତାରିଖକୁ ନେଇ ଦ୍ୱନ୍ଦ୍ୱ, ଦଶମୀ ପୂଜା ବେଳେ ଖୋଲାଥିବ ଅଫିସ୍‌

କଟକ,୧୩/୧୨: ଦଶହରାରେ ପୂଜା ଓ ସରକାରୀ ଛୁଟିକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । କେତେକ ପଞ୍ଜିକା ଏବଂ ଓଡ଼ିଆ କ୍ୟାଲେଣ୍ଡରରେ ଦଶହରା ପାଳନକୁ ନେଇ ଭିନ୍ନ ଭିନ୍ନ ତିଥି ଲେଖା ରହିବା ସ୍ଥିତିକୁ ଅଧିକ ଗୋଳମାଳିଆ କରିଛି । କେତେକ ଓଡ଼ିଆ କ୍ୟାଲେଣ୍ଡରରେ ୨୦ ତାରିଖ ମୃଣ୍ମୟୀ ଦେବୀଙ୍କ ଦଶମୀ ପୂଜା ଲେଖା ରହିଛି । ଆଉ କିଛି ପଞ୍ଜିକାରେ ଏହା ୨୧ ତାରିଖରେ ବୋଲି ଉଲ୍ଲେଖ ଅଛି । ଏହି ଦ୍ୱନ୍ଦ୍ୱ ଭିତରେ ସରକାରୀ କ୍ୟାଲେଣ୍ଡରରେ ଛୁଟି ୧୭ ରୁ ୨୦ ତାରିଖ ଲେଖାଯିବା ବିଷୟ ସରକାରୀ କର୍ମଚାରୀଙ୍କୁ ଆଶଙ୍କାରେ ପକାଇଛି । ଖାଲି ସେତିକି ନୁହେଁ, ଏହି ଦ୍ୱନ୍ଦ୍ୱ ଭିତରେ ଭୁବନେଶ୍ୱର ରାବଣପୋଡ଼ି ଓ ଭସାଣି ତାରିଖ ମଧ୍ୟ ବଦଳିଛି ।

କିଛି ଓଡ଼ିଆ କ୍ୟାଲେଣ୍ଡରରେ ୧୬ ତାରିଖରୁ ମୃଣ୍ମୟୀ ଦେବୀଙ୍କ ଷଷ୍ଠୀ ବା ବିଲ୍ୱାଧିବାସ ଲେଖା ରହିଛି । ଏହି ଅନୁସାରେ ୧୭ରେ ସପ୍ତମୀ, ୧୮ରେ ମହାଷ୍ଟମୀ, ୧୯ରେ ନବମୀ ଓ ୨୦ ତାରିଖରେ ଦଶହରା ପୂଜା ରହିଛି । ୨୧ ତାରିଖରେ ଶ୍ରୀମନ୍ଦିରରେ ଦଶହରା ପୂଜା ହେବ ବୋଲି ଲେଖା ହୋଇଛି । ମାତ୍ର କିଛି ଓଡ଼ିଆ ପଞ୍ଜିକାରେ ୧୭ ତାରିଖରେ ଷଷ୍ଠୀ ପୂଜା ବୋଲି ପୁଲିସ ଜଣାଇଛି । ଏହି କ୍ରମରେ କଟକରେ କିନ୍ତୁ ପଞ୍ଜିକାକୁ ନେଇ ତାରିଖ ସ୍ଥିର କରାଯାଇଛି । ୧୭ ତାରିଖରେ ଷଷ୍ଠୀ ପୂଜା ଆରମ୍ଭ କରାଯାଇ ୨୧ତାରିଖ ବୁଧବାରରେ ଦଶମୀ ପୂଜା ଶେଷ କରାଯିବା ପରେ ଗୁରୁବାର ୨୨ ତାରିଖ ଭସାଣି କରାଯିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ଏହି ଦ୍ୱନ୍ଦ୍ୱ କେବଳ ଟୁଇନସିିଟିରେ ନାହିଁ ବାଲେଶ୍ୱରରେ ମଧ୍ୟ ରହିଛି । ସେଠାରେ ୧୮ ତାରିଖରେ ଅଷ୍ଟମୀ ପୂଜା ଆରମ୍ଭ କରାଯାଇ ୨୦ ତାରିଖରେ ଦଶମୀ ପୂଜା ଶେଷ କରାଯିବ । ମାତ୍ର ଟୁଇନସିଟି ଭଳି ରାଉରକେଲାରେ ୧୭ ତାରିଖରେ ଷଷ୍ଠୀ ପୂଜା ଆରମ୍ଭ ହୋଇ ୨୧ ତାରିଖ ବୁଧବାର ବିଜୟା ଦଶମୀ ପୂଜା ହେବ ।

ସେହିପରି ବ୍ରହ୍ମପୁର ସହରରେ ହେଉଥିବା ମୃଣ୍ମୟୀ ଦେବୀଙ୍କ ପୂଜା ପ୍ରାୟ ୧୦ ଦିନ ପୂର୍ବରୁ ଆରମ୍ଭ ହୁଏ । ଏହି ଅନୁସାରେ ଗତ ୧୧ ତାରିଖରେ ପୂଜା ଆରମ୍ଭ ହୋଇଛି ଓ ଏହା ୨୦ ତାରିଖରେ ଶେଷ ହେବା କଥା । ମାତ୍ର ଦଶମୀ ପୂଜା ପଞ୍ଜିକାରେ ୨୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଥିବାରୁ ବ୍ରହ୍ମପୁର ସହରରେ ଦୁଇ ଦିନ ଦଶମୀ ପୂଜା ପାଳନ ହେବ ଓ ଏଥର ଶାରଦୀୟ ଦଶହରା ପୂଜା ୧୧ ଦିନ ଚାଲିବ । ତେବେ ଏହାରି ମଧ୍ୟରେ ସରକାରୀ ଛୁଟିର ତାରିଖ ପୂର୍ବରୁ ସ୍ଥିର ହେବା ସରକାରୀ କର୍ମଚାରୀଙ୍କୁ ଆଶଙ୍କାରେ ପକାଇଛି । ଯଦି ସରକାରୀ କ୍ୟାଲେଣ୍ଡର ଅନୁସାରେ ଛୁଟି ଦିଆଯାଏ ତାହେଲେ ୧୭ ତାରିଖ ଶନିବାର ମହାସପ୍ତମୀ ୧୮ ତାରଖ ରବିବାର ସାଧାରଣ ଛୁଟି, ୧୯ ତାରିଖ ସୋମବାର ନବମୀ ଓ ୨୦ ତାରିଖ ମଙ୍ଗଳବାର ଦଶମୀ ଛୁଟି ହେବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button