ମନୋରଞ୍ଜନ

ଓଡ଼ିଶା ପାଇଁ ଗୌରବ, ନେଦରଲ୍ୟାଣ୍ଡ୍‌ର ସିନେକିଡ୍ ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ହେଲେ ଜିତେନ୍ଦ୍ର ମିଶ୍ର

ଭୁବନେଶ୍ୱର,୧୩/୧୦: ଓଡ଼ିଶାରେ ଜନ୍ମିତ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ ସ୍ମାଇଲ୍ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍‌ର ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର ନେଦରଲ୍ୟାଣ୍ଡ୍ର ସିନେକିଡ୍ ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ହୋଇଛନ୍ତି । ନେଦରଲ୍ୟାଣ୍ଡ୍ର ଆମଷ୍ଟରଡାମ୍‌ରେ ୧୦ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ୪୦ତମ ସିନେକିଡ୍ ଫିଲ୍ମ ଫେଷ୍ଟିଭାଲ୍‌ର ଅନ୍ତର୍ଜାତୀୟ ଜୁରି ମଣ୍ଡଳୀକୁ ମନୋନୀତ ହୋଇଛନ୍ତି । ଏହି ଉତ୍ସବ ଶିଶୁ ଓ ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ୱର ପ୍ରମୁଖ ଚଳଚ୍ଚିତ୍ର ଉତ୍ସବ ମଧ୍ୟରୁ ଅନ୍ୟତମ । ଉତ୍ସବରେ ଶ୍ରୀ ମିଶ୍ରଙ୍କ ଅଂଶଗ୍ରହଣ ଦ୍ୱାରା ବିଶ୍ୱ ମଞ୍ଚରେ ବିକଶିତ ଭାରତର ଶିଶୁ ଓ ଯୁବବର୍ଗଙ୍କ ପ୍ରସ୍ତୁତ ସିନେମା, ସାଂସ୍କୃତିକ ଗତିଶୀଳତା ଓ ପ୍ରେରଣାଦାୟୀ କାହାଣୀକୁ ଦୃଢ଼ ଭାବରେ ଉପସ୍ଥାପନ କରିବାର ସୁଯୋଗ ସୃଷ୍ଟି ହେବ ।

ଭାରତୀୟ ଓ ୟୁରୋପୀୟ ଚଳଚ୍ଚିତ୍ର ନିର୍ମାତାଙ୍କ ଭିତରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ବର୍ଷ ବର୍ଷ ଧରି ଶ୍ରୀ ମିଶ୍ର ୧୦୦ରୁ ଅଧିକ ଚଳଚ୍ଚିତ୍ରର ନିର୍ମାଣ, ପ୍ରଚାର ଏବଂ ଅନ୍ତର୍ଜାତୀୟ ପ୍ରସାରଣରେ ଅବଦାନ ରଖିଆସିଛନ୍ତି । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପାଇବା ସହ ବିଭିନ୍ନ ଫେଷ୍ଟିଭାଲ୍ର ଜୁରି ରହି ଭାରତ ତଥା ଓଡ଼ିଶାକୁ ବିଶ୍ୱଦରବାରରେ ଗର୍ବିତ କରିଛନ୍ତି । ଏହି ମାଧ୍ୟମରେ ସେ ସବୁବେଳେ ସିନେମାରେ ଏବଂ ନିଜ ବେଶପୋଷାକରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତକଳାକୁ ପ୍ରଦର୍ଶିତ କରିଆସିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button