ରାଜ୍ୟ

Junior Chess: ପଶ୍ଚିମ ଏସିଆ ଯୁବ ଓ କନିଷ୍ଠ ଚେସ୍‌: ସାତ୍ତ୍ବିକଙ୍କୁ ଯୁଗଳ ସ୍ବର୍ଣ୍ଣ, ପ୍ରଜ୍ଞାଙ୍କୁ କାଂସ୍ୟ

ଗୁଜରାଟରେ ଚାଲିଥିବା ପଶ୍ଚିମ ଏସିଆ ଯୁବ ଓ କନିଷ୍ଠ ଚେସ ପ୍ରତିଯୋଗିତାରେ ରାଜ୍ୟର ଶିଶୁ ଚେସ ପ୍ରତିଭା ସାତ୍ତ୍ୱିକ ସ୍ୱାଇଁ ଯୁଗଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୦ ବର୍ଷରୁ କମ୍‌ ଓପନ କ୍ଲାସିକାଲ ବର୍ଗରେ ୯ ରାଉଣ୍ଡରୁ ୮.୫ ପଏଣ୍ଟ ପାଇ ବିଜେତା ହୋଇଛନ୍ତି।

ଭୁବନେଶ୍ବର: ଗୁଜରାଟରେ ଚାଲିଥିବା ପଶ୍ଚିମ ଏସିଆ ଯୁବ ଓ କନିଷ୍ଠ ଚେସ ପ୍ରତିଯୋଗିତାରେ ରାଜ୍ୟର ଶିଶୁ ଚେସ ପ୍ରତିଭା ସାତ୍ତ୍ୱିକ ସ୍ୱାଇଁ ଯୁଗଳ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୦ ବର୍ଷରୁ କମ୍‌ ଓପନ କ୍ଲାସିକାଲ ବର୍ଗରେ ୯ ରାଉଣ୍ଡରୁ ୮.୫ ପଏଣ୍ଟ ପାଇ ବିଜେତା ହୋଇଛନ୍ତି। ସେହିପରି ବ୍ଲିଜ଼ ବିଭାଗରେ ବି ସେ ଚମତ୍କାର ପ୍ରଦର୍ଶନ କରି ମୋଟ ୭ ରାଉଣ୍ଡରୁ ୬ ବିଜୟ ଓ ଗୋଟିଏ ଡ୍ର’ ସହ ମୋଟ ୬. ୫ ପଏଣ୍ଟ କରି ବିଜେତା ହୋଇଛନ୍ତି। ଅହର୍ନିଶ ନନ୍ଦ ରୌପ୍ୟ ପଦକ ପାଇଥିଲେ। ଅନ୍ୟପକ୍ଷରେ ପ୍ରତିଯୋଗିତାର ୮ ବର୍ଷରୁ କମ୍‌ ବ୍ଲିଜ୍‌ ବିଭାଗରେ ଅନ୍ୟତମ ଓଡ଼ିଆ ଖେଳାଳି ପ୍ରଜ୍ଞା ମିଶ୍ର କାଂସ୍ୟ ପଦକ ଜିତି ରାଜ୍ୟ ‌ଚେସ୍‌ ଦୁନିଆର ଖୁସିକୁ ବହୁଗୁଣିତ କରିଛନ୍ତି। ୭ ରାଉଣ୍ଡରୁ ପ୍ରଜ୍ଞା ୫.୫ ପଏଣ୍ଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ପଞ୍ଚମ ରାଉଣ୍ଡରେ ପ୍ରଜ୍ଞାଙ୍କୁ ପରାସ୍ତ କରିଥିବା ବିଭାନ ବର୍ଦ୍ଧନ ସାହୁ (୬.୫) ବିଜେତା ହୋଇଥିଲେ। ମିଲନ ପି ଦୁବେଶ (୬) ରୌପ୍ୟ ଜିତିବାରୁ ଭାରତୀୟମାନେ ଏହି ଇ‌ଭେଣ୍ଟ୍‌ରେ ପ୍ରଥମ ୩ ସ୍ଥାନ ଦଖଲ କରି ନେଇଥିଲେ। ରୢାପିଡ୍‌ ବିଭାଗର ପ୍ରତିଯୋଗିତା ସହିତ ସନ୍ଧ୍ୟା ସମୟରେ ପୁରସ୍କାର ବିତରଣ କରାଯିବ। ଏହି ସଫଳତା ପାଇଁ ସାତ୍ତ୍ବିକଙ୍କ ଗୁରୁ ତଥା କିଙ୍ଗ୍‌ସ ଚେସ୍‌ ସେଣ୍ଟରର ପ୍ରଶିକ୍ଷକ ତଥା ପ୍ରତିଷ୍ଠାତା ବିଶ୍ବଜିତ ରାୟ, ନିଖିଳ ଓଡ଼ିଶା ଚେସ୍‌ ସଂଘ ସଭାପତି ସତ୍ୟରଂଜନ ପଟ୍ଟନାୟକ,ଏଆଇସିଏଫ ଇଭେଣ୍ଟ୍‌ ସଂଯୋଜକ ରଂଜନ ମହାନ୍ତି, ଟ୍ରିପଲ ସି ଚେସ କ୍ଲବର ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ଉପସଭାପତି ଅର୍ଘ୍ୟ ଅର୍ପଣ ପରିଡ଼ା, ପ୍ରଶିକ୍ଷକ ପ୍ରଶାନ୍ତ ଜେନା ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button