ରାଜ୍ୟ

Cricket: ରସିଦଙ୍କ ନୂଆ ରେକର୍ଡ: ଟ୍ବେଣ୍ଟି-୨୦ ୱିକେଟ୍‌ରେ ଦ୍ବିଶତକ

ଆଫଗାନିସ୍ତାନ ତାରକା ଲେଗ୍‌ ସ୍ପିନର ରସିଦ ଖାନ ଗୁରୁବାର ଇତିିହାସ ରଚିଛନ୍ତି। ପ୍ରଥମ ବୋଲର ଭାବେ ପୁରୁଷ ‌‌ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୱିକେଟ୍‌ ନେବାରେ ଦ୍ବିଶତକ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ସାରାଜାରେ ଅନୁଷ୍ଟିତ ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି-୨୦ରେ ସେ ଏହି ସଫଳତା ପାଇଥିଲେ।

ସାରଜା:ଆଫଗାନିସ୍ତାନ ତାରକା ଲେଗ୍‌ ସ୍ପିନର ରସିଦ ଖାନ ଗୁରୁବାର ଇତିିହାସ ରଚିଛନ୍ତି। ପ୍ରଥମ ବୋଲର ଭାବେ ପୁରୁଷ ‌‌ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୱିକେଟ୍‌ ନେବାରେ ଦ୍ବିଶତକ ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ସାରାଜାରେ ଖେଳାଯାଇଥିବା ମ୍ୟାଚରେ ଜିମ୍ବାୱେ ବିପକ୍ଷ ଟ୍ବେଣ୍ଟି-୨୦ରେ ସେ ଏହି ସଫଳତା ପାଇଥିଲେ।

ଜିମ୍ବାୱେ ୱିକେଟ୍‌କିପର-ବ୍ୟାଟର୍‌ ତଦିୱାନାସେ ମରୁମାନିଙ୍କୁ ଆଉଟ୍‌ କରି ସେ ଏହି ଫର୍ମାଟ୍‌ରେ ୨୦୦ ୱିକେଟ୍‌ ମାଇଲ୍‌ଖୁଣ୍ଟ ଛୁଇଁବା ସହ ସର୍ବାଧିକ ୱିକେଟ୍‌ ହାସଲକାରୀ ତାଲିକାର ଶୀର୍ଷ ସ୍ଥାନକୁ ଆହୁରି ମଜଭୂତ କରିଛନ୍ତି। ୨୦୧୫ ଅକ୍ଟୋବରରେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରସିଦ ୨୦୨୫ ସେପ୍ଟେମ୍ବରରେ ଏହି ଛୋଟ ଫର୍ମାଟ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରୀ ନ୍ୟୁଜିଲାଣ୍ଡର ଟିମ୍‌ ସାଉଦିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଥିଲେ।

ପୁରୁଷ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍‌ ହାସଲକାରୀ
ଖେଳାଳି ମ୍ୟାଚ୍‌ ୱିକେଟ୍‌ ହାରାହାରି ଇକୋନୋମି

ରସିଦ ଖାନ (ଆଫଗାନିସ୍ତାନ) ୧୨୦* ୨୦୦ ୧୩.୯୯ ୬.୧୨
ଆଦିଲ ରସିଦ (ଇଂଲଣ୍ଡ) ୧୫୩ ୧୭୧ ୨୩.୪୨ ୭.୫୬
ଏହସାନ ଖାନ (ହଂକଂ) ୧୧୯ ୧୬୫ ୧୫.୩୮ ୬.୧୧
ଈଶ ସୋଢ଼ୀ (ନ୍ୟୁଜିଲାଣ୍ଡ) ୧୪୨ ୧୬୫ ୨୩.୦୧ ୮.୧୬
ଟିମ୍‌ ସାଉଦି (ନ୍ୟୁଜିଲାଣ୍ଡ) ୧୨୬ ୧୬୪ ୨୨.୩୮ ୮.୦୦

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button