ରାଜ୍ୟ

Cyclone and Landslide Alert in Kandhamal: କନ୍ଧମାଳରେ ବାତ୍ୟା ଓ ଭୂସ୍ଖଳନ ଆଶଙ୍କା: ୩୨୪ ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର, ବୋଲିଙ୍ଗିଆରୁ ୩ ଉଦ୍ଧାର

କନ୍ଧମାଳରେ ବାତ୍ୟା ଓ ବର୍ଷା ଆଶଙ୍କାରେ ପ୍ରଶାସନର ପ୍ରସ୍ତୁତି। ଲିଙ୍ଗାଗଡ଼ ଅଞ୍ଚଳରୁ ୩୨୪ ଜଣଙ୍କୁ ଆଶ୍ରୟସ୍ଥଳକୁ ନିଆଯାଇଥିବା ବେଳେ ବୋଲିଙ୍ଗିଆରୁ ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଘୁ. ଉଦୟଗିରି (ସମୀର ପାଢ଼ୀ): ଆଗାମୀ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତର ମୁଣ୍ଡାକାଙ୍ଗା ଓ ହାତୀକାଡ଼ାଉ, କଦମ୍ ସାହି ସମେତ ବିଭିନ୍ନ ଅଞ୍ଚଳରୁ ମୋଟ ୩୨୪ ଜଣଙ୍କୁ ସ୍ଥାନାନ୍ତର କରାଯାଇ ଲିଙ୍ଗାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ଦିଆଯାଇଛି।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ସ୍ଥାନାନ୍ତରିତ ହୋଇଥିବା ବିପନ୍ନଙ୍କ ମଧ୍ୟରେ ୧୨୨ ଜଣ ପୁରୁଷ, ୧୩୩ ଜଣ ମହିଳା ଓ ୬୯ ଜଣ ଶିଶୁ ଅଛନ୍ତି। ବୋଲିଙ୍ଗିଆ ଗ୍ରାମରେ ପୂର୍ବରୁ ଘଟିଥିବା ଭୂସ୍ଖଳନ ପରେ ଉଦ୍ଧାର କରାଯାଇ କୁଲାପାଙ୍ଗା ଆଶ୍ରୟସ୍ଥଳକୁ ଅଣାଯାଇଥିବା ଲୋକଙ୍କ ମଧ୍ୟରୁ କେତେକ ସେଠାକୁ ଆସିପାରିନଥିଲେ। ସେମାନଙ୍କ ମଧ୍ୟରେ ଜଣେ ରୋଗୀ ଓ ଅନ୍ୟ ତିନି ଜଣ ଥିଲେ। ପ୍ରଶାସନ ପକ୍ଷରୁ ଆଜି ସେମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳକୁ ନିଆଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button