ଜାତୀୟ

Assembly Elections: ୫ ରାଜ୍ୟରେ ବିଧାନସଭା ନିର୍ବାଚନ, ଜାନୁଆରୀ ୧୫ ସୁଦ୍ଧା ତାରିଖ ଘୋଷଣା

ନୂଆଦିଲ୍ଲୀ,୧୦/୧୧: ଆସନ୍ତାବର୍ଷ ୨୦୨୭ରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ନିର୍ବାଚନ କମିଶନ ଏଥିପାଇଁ ଆସନ୍ତାବର୍ଷ ଜାନୁଆରୀ ୧୫ ସୁଦ୍ଧା ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ଏହି ରାଜ୍ୟ ମଧ୍ୟରେ ରହିଛି ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ ।

ସୂଚନା ଅନୁସାରେ ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ଭାଗରେ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ (ମୁଖ୍ୟ ନିର୍ବାଚନ କମିଶନର ଓ ଦୁଇ ନିର୍ବାଚନ କମିଶନର) ଏସବୁ ରାଜ୍ୟ ଗସ୍ତରେ ଯିବେ । ସେଠାରେ ପ୍ରସ୍ତୁତିର ସମୀକ୍ଷା କରି ଫେରିବା ପରେ ତାରିଖ ଘୋଷଣା କରିବେ । ଏହା ପୂର୍ବରୁ ଡିଇସି ସ୍ତରୀୟ ପରିଦର୍ଶନ ଜାରି ରହିଛି । ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ଡିଇସି ସ୍ତରୀୟ ପରିଦର୍ଶନ ଶେଷ ହୋଇଛି । ଉତ୍ତରପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ଡିଇସି ସ୍ତରୀୟ ପରିଦର୍ଶନ ଶେଷ ହୋଇଥିଲା ବେଳେ ଆଉ ଏକ ପର୍ଯ୍ୟାୟ ରହିଛି । ଗୋଆରେ ଏପର୍ଯ୍ୟନ୍ତ ଡିଇସି ସ୍ତରୀୟ ପରିଦର୍ଶନ ଆଦୌ ଆରମ୍ଭ ହୋଇଛି । ଡିଇସି ସ୍ତରୀୟ କମିଟିର ପରିଦର୍ଶନ ଶେଷ ହେବା ପରେ ସେମାନେ ତାଙ୍କ ରିପୋର୍ଟ ନିର୍ବାଚନ କମିଶନଙ୍କୁ ଦେବେ ।

ଏହା ପରେ ପୂର୍ଣ୍ଣାଙ୍ଗ କମିଶନ ଉପରୋକ୍ତ ରାଜ୍ୟ ଗସ୍ତ କରିବେ । ଡିଇସି ସ୍ତରୀୟ ପରିଦର୍ଶନରେ ନିର୍ବାଚନ କମିଶନଙ୍କ ଟିମ୍ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଏସ୍ପିଙ୍କ ସହିତ ସମୀକ୍ଷା କରିବେ । ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାର ସମ୍ଭାବନା ଥିବା ବେଳେ ଉତ୍ତରପ୍ରଦେଶରେ ଏକାଧିକ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇପାରେ । କିନ୍ତୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇନାହିଁ ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button