ଜାତୀୟ

ଛାଡ଼ପତ୍ର ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ: ସ୍ତ୍ରୀଙ୍କଠାରୁ ହେବେ ଅଲଗା

ହାଇଦ୍ରାବାଦ,୧୦।୧୧: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପବନ କଲ୍ୟାଣ ଓ ତାଙ୍କ ପତ୍ନୀ ଅନ୍ନା କୋନିଡେଲାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା। ଉଭୟ ପରସ୍ପର ସହମତି ଓ ବୁଝାମଣା ଆଧାରରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ଏକ ବିବୃତିରେ କୁହାଯାଇଛି। ପବନ କଲ୍ୟାଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଜାରି ହୋଇଛି।

ପବନ କଲ୍ୟାଣ ୧୯୯୭ ମସିହାରେ ନନ୍ଦିନୀଙ୍କୁ ପ୍ରଥମ ବିବାହ କରିଥିଲେ। ପରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବାରୁ ସେମାନେ ଅଲଗା ହୋଇଥିଲେ। ଏହାପରେ ୨୦୦୯ରେ ଅଭିନେତ୍ରୀ ତଥା ମଡେଲ ରେଣୁ ଦେଶାଇଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେବେ ୨୦୧୨ରେ ଏହି ସମ୍ପର୍କରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଉଭୟଙ୍କର ଅକିରା ନନ୍ଦନ ଓ ଆଧ୍ୟା ନାମରେ ଦୁଇଟି ସନ୍ତାନ ଅଛନ୍ତି।

୨୦୧୩ରେ ପବନ କଲ୍ୟାଣ ରୁଷୀୟ ମୂଳର ବୋଲି କୁହାଯାଉଥିବା ଅନ୍ନା କୋନିଡେଲାଙ୍କୁ ତୃତୀୟ ବିବାହ କରିଥିଲେ। ଏହି ଦମ୍ପତିଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି। ସେମାନଙ୍କ ନାମ ପୋଲିନା ଅଞ୍ଜନା ପବନୋଭା ଓ ମାର୍କ ଶଙ୍କର ପବନୋଭିଚ।

ପବନ କଲ୍ୟାଣଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଥିବା ଅନୁସାରେ, ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଏକାଠି ବିତାଇବା ପରେ ଉଭୟ ପରସ୍ପରର ବୁଝାମଣା ଓ ସମ୍ମାନକୁ ଗୁରୁତ୍ୱ ଦେଇ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି। ବୈବାହିକ ସମ୍ପର୍କ ଶେଷ ହେଲେ ମଧ୍ୟ ସେମାନେ ଭଲ ବନ୍ଧୁ ହୋଇ ରହିବେ। ଏଥିସହ ନିଜ ସନ୍ତାନଙ୍କ ପ୍ରତି ଦାୟିତ୍ୱବାନ ଅଭିଭାବକ ଭାବେ ରହିବେ ବୋଲି କୁହାଯାଇଛି।

ଏହି ବ୍ୟକ୍ତିଗତ ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଉଭୟଙ୍କ ଗୋପନୀୟତା ବଜାୟ ରଖିବାକୁ ପ୍ରଶଂସକ ଓ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଏଭଳି ପରିବର୍ତ୍ତନର ସମୟରେ ସହଯୋଗ ଓ ସମର୍ଥନ ଯୋଗାଇଥିବା ସମସ୍ତଙ୍କୁ ଦମ୍ପତି କୃତଜ୍ଞତା ଜଣାଇଛନ୍ତି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button