ଜାତୀୟ

‘ବାଣ ଫୁଟାଇଲେ ଭଲ ହୋଇଯିବ ରୋଗ’, ଭାଜପା ବିଧାୟିକାଙ୍କ ଅଜବ ବୟାନ

କୋଲକାତା,୧୦।୧୧: ଦୀପାବଳି ପରେ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ଚିନ୍ତା ବଢ଼ାଇଛି । ପ୍ରଦୂଷଣ ଯୋଗୁଁ ଲୋକଙ୍କୁ ନିଃଶ୍ୱାସ ନେବା କଷ୍ଟକର ହେଉଥିବା ବେଳେ ପଶ୍ଚିମବଙ୍ଗର ଟଲିଗଞ୍ଜ ବିଧାନସଭା କ୍ଷେତ୍ରର ଭାଜପା ବିଧାୟିକା ପାପିଆ ଅଧିକାରୀଙ୍କ ଏକ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ବାଣ ଫୁଟାଇଲେ ଅନେକ ରୋଗ ଭଲ ହୋଇପାରିବ ବୋଲି ସେ କହିଛନ୍ତି । ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା ପାପିଆଙ୍କ ଏହି ବୟାନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ସହ ତାଙ୍କୁ ଟ୍ରୋଲ୍‌ କରାଯାଉଛି।

ଶନିବାର ନିଜ ବିଧାନସଭା କ୍ଷେତ୍ରରେ ଏକ କାଳୀପୂଜା କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ଅବସରରେ ପାପିଆ ଅଧିକାରୀ କହିଥିଲେ, “ଆମେ ପେଲିସର ନିର୍ଦ୍ଦେଶ ଅନୁସାରେ ବା ଫୁଟାଇବା। ଆପଣମାନେ ଜାଣନ୍ତି କି, ବାଣ ଫୁଟାଇବା ଦ୍ୱାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ।” ତାଙ୍କର ଏହି ଅଜବ ବୟାନକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି।

ଅନ୍ୟପଟେ, ଦୀପାବଳି ପରେ କୋଲକାତା ସହର ପ୍ରଦୂଷଣର ଶିକାର ହୋଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁସାରେ, ଦୀପାବଳି ଦିନ କୋଲକାତାର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୦୧ ରହିଥିଲା। ଏହା ‘ଅତ୍ୟନ୍ତ ଖରାପ’ ଶ୍ରେଣୀରେ ଆସୁଛି। ଏଭଳି ପ୍ରଦୂଷଣ ସ୍ଥିତି ମଧ୍ୟରେ ବାଣ ଫୁଟାଇବାର ସ୍ୱାସ୍ଥ୍ୟଗତ ଲାଭ ସମ୍ପର୍କରେ ପାପିଆଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କଟାକ୍ଷ କରିଛନ୍ତି। ତାଙ୍କ ପରାମର୍ଶକୁ ନେଇ ଅନେକ ତୀବ୍ର ଓ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button