ବିଶେଷ

Supermodel: ସୁପର୍‌ମଡେଲ୍‌ଙ୍କ ଭାରତୀୟ ଅବତାର

ଫ୍ୟାସନ୍‌ ଦୁନିଆରେ ନିଜର ଅନନ୍ୟ ଶୈଳୀ ଓ ଆତ୍ମବିଶ୍ୱାସ ପାଇଁ ପରିଚିତ ସୁପର୍‌ମଡେଲ୍ ଟାଇରା ବ୍ୟାଙ୍କ୍‌ସ ପୁଣି ଚର୍ଚ୍ଚାରେ। ଏଥର କୌଣସି ଫ୍ୟାସନ୍‌ ସୋ’ର ରାମ୍ପ୍‌ରେ ନୁହେଁ, ବରଂ ନ୍ୟୁୟର୍କର ଏକ ଦୀପାବଳି...

ଫ୍ୟାସନ୍‌ ଦୁନିଆରେ ନିଜର ଅନନ୍ୟ ଶୈଳୀ ଓ ଆତ୍ମବିଶ୍ୱାସ ପାଇଁ ପରିଚିତ ସୁପର୍‌ମଡେଲ୍ ଟାଇରା ବ୍ୟାଙ୍କ୍‌ସ ପୁଣି ଚର୍ଚ୍ଚାରେ। ଏଥର କୌଣସି ଫ୍ୟାସନ୍‌ ସୋ’ର ରାମ୍ପ୍‌ରେ ନୁହେଁ, ବରଂ ନ୍ୟୁୟର୍କର ଏକ ଦୀପାବଳି ଉତ୍ସବରେ ତାଙ୍କ ଭାରତୀୟ ପାରମ୍ପରିକ ବେଶଭୂଷା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନଭେମ୍ବର ୯ ତାରିଖରେ ଟାଇରା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଉତ୍ସବର କିଛି ଫଟୋ ସେୟାର କରିଥିଲେ। ରେସ୍ତୋରାଁ ବ୍ୟବସାୟୀ ମନୀଷ କେ. ଗୋୟଲଙ୍କ ପକ୍ଷରୁ ନ୍ୟୁୟର୍କରେ ଆୟୋଜିତ ଦୀପାବଳି ସମାରୋହରେ ସେ ଯୋଗ ଦେଇଥିଲେ। ଏହି ଅବସରରେ ଟାଇରା ଏକ ସ୍ୱତନ୍ତ୍ର ଲେହେଙ୍ଗା ପିନ୍ଧିଥିଲେ। ଗାଢ଼ ସବୁଜ ରଙ୍ଗର ପୂରା ହାତ ବ୍ଲାଉଜ୍‌ରେ ସୁନେଲି କାରୁକାର୍ଯ୍ୟ ତାଙ୍କ ପରିପାଟୀକୁ ଆକର୍ଷଣୀୟ କରିଥିଲା।

ସୁନେଲି ଫୁଲର ନକ୍ସା ଥିବା ଘେରା ଲେହେଙ୍ଗା, ଦୁପଟ୍ଟା ଓ ସୁନ୍ଦର ବେଲ୍‌ଟ ତାଙ୍କୁ ରାଜକୀୟ ଠାଣି ଦେଇଥିଲା। ଷ୍ଟାଇଲିଷ୍ଟ ୱିଲଫୋର୍ଡ ଲେନୋଭ୍ ଏହି ଲୁକ୍ ପ୍ରସ୍ତୁତ କରିଥିଲେ। ତାଙ୍କ ଗହଣା ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା। ହୀରା ଓ ରୁବି ପଥର ଲାଗିଥିବା ଚୋକର୍ ହାର, ମାଙ୍ଗଟିକା, ଝୁମ୍‌କା, ବ୍ରେସଲେଟ୍ ଓ ସୁନ୍ଦର ମୁଦି ପିନ୍ଧିଥିଲେ। ସୁନେଲି କାରୁକାର୍ଯ୍ୟ ଥିବା ପୋଟଲି ବ୍ୟାଗ୍ ତାଙ୍କ ସଜବାଜକୁ ପୂର୍ଣ୍ଣତା ଦେଇଥିଲା। ହାଲୁକା ମେକ୍‌ଅପ୍ ଓ ଖୋଲା କେଶରେ ସେ ବେଶ୍ ସୁନ୍ଦର ଦେଖାଯାଉଥିଲେ। ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ୍‌ରେ ଟାଇରା ଦୀପାବଳିର ମହତ୍ତ୍ୱ ବିଷୟରେ ମଧ୍ୟ ଲେଖିଥିଲେ। ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ଦୀପାବଳିର ବାର୍ତ୍ତାକୁ ସେ ସ୍ମରଣ କରିଥିଲେ। ଏଥିସହ ନିଜ ପାଖରେ ବସିଥିବା ରିକି ଲେକ୍ ଓ ଖାଦ୍ୟ ପରିବେଷଣ କରିଥିବା ପାସେରିନ୍‌କୁ ଧନ୍ୟବାଦ ଜଣାଇଥିଲେ। ପାଶ୍ଚାତ୍ୟ ଫ୍ୟାସନ୍‌‌ରେ ନିଜର ପରିଚୟ ଗଢ଼ିଥିବା ଟାଇରାଙ୍କ ଭାରତୀୟ ପାରମ୍ପରିକ ଲୁକ୍ ଫ୍ୟାସନ୍‌ ପ୍ରେମୀଙ୍କୁ ଆକର୍ଷିତ କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button