ବିଶେଷ
Supermodel: ସୁପର୍ମଡେଲ୍ଙ୍କ ଭାରତୀୟ ଅବତାର
ଫ୍ୟାସନ୍ ଦୁନିଆରେ ନିଜର ଅନନ୍ୟ ଶୈଳୀ ଓ ଆତ୍ମବିଶ୍ୱାସ ପାଇଁ ପରିଚିତ ସୁପର୍ମଡେଲ୍ ଟାଇରା ବ୍ୟାଙ୍କ୍ସ ପୁଣି ଚର୍ଚ୍ଚାରେ। ଏଥର କୌଣସି ଫ୍ୟାସନ୍ ସୋ’ର ରାମ୍ପ୍ରେ ନୁହେଁ, ବରଂ ନ୍ୟୁୟର୍କର ଏକ ଦୀପାବଳି...

ଫ୍ୟାସନ୍ ଦୁନିଆରେ ନିଜର ଅନନ୍ୟ ଶୈଳୀ ଓ ଆତ୍ମବିଶ୍ୱାସ ପାଇଁ ପରିଚିତ ସୁପର୍ମଡେଲ୍ ଟାଇରା ବ୍ୟାଙ୍କ୍ସ ପୁଣି ଚର୍ଚ୍ଚାରେ। ଏଥର କୌଣସି ଫ୍ୟାସନ୍ ସୋ’ର ରାମ୍ପ୍ରେ ନୁହେଁ, ବରଂ ନ୍ୟୁୟର୍କର ଏକ ଦୀପାବଳି ଉତ୍ସବରେ ତାଙ୍କ ଭାରତୀୟ ପାରମ୍ପରିକ ବେଶଭୂଷା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ନଭେମ୍ବର ୯ ତାରିଖରେ ଟାଇରା ନିଜ ଇନ୍ଷ୍ଟାଗ୍ରାମ୍ରେ ଉତ୍ସବର କିଛି ଫଟୋ ସେୟାର କରିଥିଲେ। ରେସ୍ତୋରାଁ ବ୍ୟବସାୟୀ ମନୀଷ କେ. ଗୋୟଲଙ୍କ ପକ୍ଷରୁ ନ୍ୟୁୟର୍କରେ ଆୟୋଜିତ ଦୀପାବଳି ସମାରୋହରେ ସେ ଯୋଗ ଦେଇଥିଲେ। ଏହି ଅବସରରେ ଟାଇରା ଏକ ସ୍ୱତନ୍ତ୍ର ଲେହେଙ୍ଗା ପିନ୍ଧିଥିଲେ। ଗାଢ଼ ସବୁଜ ରଙ୍ଗର ପୂରା ହାତ ବ୍ଲାଉଜ୍ରେ ସୁନେଲି କାରୁକାର୍ଯ୍ୟ ତାଙ୍କ ପରିପାଟୀକୁ ଆକର୍ଷଣୀୟ କରିଥିଲା।
ସୌଜନ୍ୟ ସମ୍ବାଦ




