ଦେଶ ବିଦେଶ

American radar: ଆମେରିକୀୟ ରାଡାର ଉପରେ ଇରାନର ଆକ୍ରମଣ: ଟାର୍ଗେଟ୍‌ରେ ବାହାରିନ୍‌ର ଅଲ୍-ରିଫା ଘାଟି

ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ବାହାରିନ ସ୍ଥିତ ଏକ ସାମରିକ ଘାଟିରେ ଥିବା ଆମେରିକୀୟ ରାଡାର ବ୍ୟବସ୍ଥା ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଇରାନର ସରକାରୀ ଗଣମାଧ୍ୟମରେ ପ୍ରସାରିତ ଏକ ବିବୃତି ଅନୁଯାୟୀ

ତେହରାନ: ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍‌ଜିସି) ବାହାରିନ ସ୍ଥିତ ଏକ ସାମରିକ ଘାଟିରେ ଥିବା ଆମେରିକୀୟ ରାଡାର ବ୍ୟବସ୍ଥା ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଇରାନର ସରକାରୀ ଗଣମାଧ୍ୟମରେ ପ୍ରସାରିତ ଏକ ବିବୃତି ଅନୁଯାୟୀ, ଆଇଆର୍‌ଜିସି ଏରୋସ୍ପେସ୍ ଫୋର୍ସର ୬ଟି ଡ୍ରୋନ୍ ବାହାରିନର ଅଲ୍-ରିଫା ବାୟୁସେନା ଘାଟିରେ ଥିବା ଆମେରିକୀୟ ବାୟୁ ପ୍ରତିରକ୍ଷା ରାଡାର ବ୍ୟବସ୍ଥାକୁ ଟାର୍ଗେଟ କରିଥିଲା। ଏହାପୂର୍ବରୁ ବାହାରିନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦୁଇଟି ପୃଥକ ସତର୍କ ସୂଚନା ଜାରି କରି ସମ୍ଭାବ୍ୟ ସୁରକ୍ଷା ବିପଦ ବିଷୟରେ ଚେତାବନୀ ଦେଇଥିଲା। ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସ ପରଠାରୁ ଏହି ଉପସାଗରୀୟ ଦେଶରେ ଏହା ପ୍ରଥମ ସୁରକ୍ଷା ସତର୍କ ସୂଚନା ଥିଲା। ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ସ୍ୱରୂପ ରିଫା ବାୟୁସେନା ଘାଟିରେ ଥିବା ଆମେରିକୀୟ ବାୟୁ ପ୍ରତିରକ୍ଷା ରାଡାର ଉପରେ ଆକ୍ରମଣ କରାଯାଇଥିବା ଆଇଆରଜିସି ଦାବି କରିଛି।

ଟାର୍ଗେଟ୍‌ରେ ବାହାରିନ୍‌ର ଅଲ୍-ରିଫା ଘାଟି
ହର୍ମୁଜରେ ୩ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ
ମାଇନ୍ ବିସ୍ଫୋରଣରେ ଜଳିଗଲା ତୈଳ ଟ୍ୟାଙ୍କର
ଟ୍ରମ୍ପଙ୍କୁ ଦାୟୀ କଲା ଇରାନ ନୌସେନା

ଇତିମଧ୍ୟରେ ହର୍ମୁଜ ପ୍ରଣାଳୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସାମୁଦ୍ରିକ ମାଇନ୍ ସହ ଧକ୍କା ହେବା ଫଳରେ ତିନୋଟି ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଛି। ଇରାନର ସରକାରୀ ଗଣମାଧ୍ୟମ ‘ଆଇଆର୍‌ଆଇବି’ର ରିପୋର୍ଟ ଅନୁଯାୟୀ, ଆଇଆର୍‌ଜିସି ନୌସେନା କହିଛି ଯେ ବିନା ଅନୁମତିରେ ଏବଂ ନିଜର ନାଭିଗେସନ୍ ଓ ସ୍ୱୟଂଚାଳିତ ଚିହ୍ନଟ ବ୍ୟବସ୍ଥା ବନ୍ଦ ରଖି ଗୁପ୍ତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଦୁଇଟି ତୈଳ ଟ୍ୟାଙ୍କର ସାମୁଦ୍ରିକ ମାଇନ୍ ସଂସ୍ପର୍ଶରେ ଆସି ଜଳିଯାଇଛି। ଏହି ବିସ୍ଫୋରଣ ପରେ ଗୁପ୍ତ ଭାବେ ପ୍ରଣାଳୀ ପାର ହେବାକୁ ଚେଷ୍ଟା କରୁଥିବା ଅନ୍ୟ ଦୁଇଟି ଟ୍ୟାଙ୍କର ଆଇଆର୍‌ଜିସିର ନୌସେନା ଟ୍ରାଫିକ୍ ନିୟନ୍ତ୍ରଣ କେନ୍ଦ୍ରର ଚେତାବନୀ ଶୁଣି ପାରସ୍ୟ ଉପସାଗର ଜଳରାଶିକୁ ଫେରିଯାଇଥିବା ଦାବି କରାଯାଇଛି।

ସେହିପରି ସଶସ୍ତ୍ର ବାହିନୀର ନୌସେନା ପକ୍ଷରୁ ପୂର୍ବରୁ ଜାରି ଏକ ପୃଥକ ବିବୃତିରେ କୁହାଯାଇଛି ଯେ ହର୍ମୁଜ ପ୍ରଣାଳୀର ପୂର୍ବ ଦିଗରେ ନିଷିଦ୍ଧ ତଥା ଅସୁରକ୍ଷିତ ଅଞ୍ଚଳରେ ଟ୍ରାକିଂ ବ୍ୟବସ୍ଥା ବନ୍ଦ କରି ଚଳାଚଳ କରୁଥିବା ଅନ୍ୟ ଏକ ତୈଳ ଟ୍ୟାଙ୍କର ସାମୁଦ୍ରିକ ମାଇନ୍ ସହ ଧକ୍କା ହୋଇ ଜଳିଯିବା ସହ ଅଟକି ରହିଛି। ନିଷିଦ୍ଧ ସାମୁଦ୍ରିକ ଅଞ୍ଚଳରେ ପ୍ରବେଶ କରୁଥିବା ଯେକୌଣସି ଜାହାଜର ସମାନ ପରିଣାମ ହେବ ବୋଲି ନୌସେନା ଚେତାବନୀ ଦେଇଛି।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମିଥ୍ୟା ଆଶ୍ୱାସନା ଉପରେ ଭରସା କରି ଟ୍ୟାଙ୍କର ମାଲିକମାନେ ନିଜର ପୁଞ୍ଜିକୁ  ନିଆଁ ଭିତରକୁ ଠେଲି ଦେଉଛନ୍ତି ବୋଲି ଇରାନ ନୌସେନା କହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button