ଦେଶ ବିଦେଶ

chhath puja: ଛଟ୍‌ ପୂଜା ପାଇଁ ଅସମ୍ଭାଳ ଭିଡ଼, ଟ୍ରେନ୍‌ରେ ଟିକେଟ୍ ନାହିଁ, ବସ୍‌ରେ ନୋ ଚାନ୍ସ

ବର୍ଷକୁ ଥରେ ଆସେ ଛଟ୍‌ ମହାପର୍ବ। ଘରେ ଅପେକ୍ଷା କରିଥାନ୍ତି ପରିବାର, ନଦୀଘାଟରେ ଅପେକ୍ଷା କରିଥାଏ ଆସ୍ଥା ଓ ବିଶ୍ୱାସ। ହେଲେ ଏଥର ଘରକୁ ଫେରିବା ବାଟରେ ଛିଡ଼ା ହୋଇଛି ବଡ଼ ପ୍ରତିବନ୍ଧକ। କାହାକୁ ମିଳୁନି ଟ୍ରେନ୍ ଟିକେଟ୍, ତ ଆଉ କାହା ପାଇଁ ବସ୍‌ରେ ସିଟ୍ ମିଳିବା ହୋଇପଡ଼ିଛି କଷ୍ଟକର। ଶେଷ ବିକଳ୍ପ ଭାବେ ଫ୍ଲାଇଟ୍ ଟିକେଟ୍ ଦେଖିଲେ ବି ଉଡ଼ିଯାଉଛି ହୋସ୍। କାରଣ କିଛି ରୁଟ୍‌ରେ ବିମାନ ଭଡ଼ା ୪୪ ହଜାର ଟଙ୍କା ପାର୍‌।

ନୂଆଦିଲ୍ଲୀ: ବର୍ଷକୁ ଥରେ ଆସେ ଛଟ୍‌ ମହାପର୍ବ। ଘରେ ଅପେକ୍ଷା କରିଥାନ୍ତି ପରିବାର, ନଦୀଘାଟରେ ଅପେକ୍ଷା କରିଥାଏ ଆସ୍ଥା ଓ ବିଶ୍ୱାସ। ହେଲେ ଏଥର ଘରକୁ ଫେରିବା ବାଟରେ ଛିଡ଼ା ହୋଇଛି ବଡ଼ ପ୍ରତିବନ୍ଧକ। କାହାକୁ ମିଳୁନି ଟ୍ରେନ୍ ଟିକେଟ୍, ତ ଆଉ କାହା ପାଇଁ ବସ୍‌ରେ ସିଟ୍ ମିଳିବା ହୋଇପଡ଼ିଛି କଷ୍ଟକର। ଶେଷ ବିକଳ୍ପ ଭାବେ ଫ୍ଲାଇଟ୍ ଟିକେଟ୍ ଦେଖିଲେ ବି ଉଡ଼ିଯାଉଛି ହୋସ୍। କାରଣ କିଛି ରୁଟ୍‌ରେ ବିମାନ ଭଡ଼ା ୪୪ ହଜାର ଟଙ୍କା ପାର୍‌। ଛଟ୍‌ ପାଇଁ ବିହାର ଓ ପୂର୍ବାଞ୍ଚଳ ଫେରୁଥିବା ଯାତ୍ରୀଙ୍କ ଏବେ ଏହି ଅବସ୍ଥା। ନଭେମ୍ବର ୧୩ରୁ ଆରମ୍ଭ ହୋଇଛି ଛଟ୍‌ ମହାପର୍ବ। ନଭେମ୍ବର ୧୬ରେ ଉଷା ଅର୍ଘ୍ୟ ଓ ପାରଣ ସହ ଶେଷ ହେବ ଏହି ପର୍ବ। ତେଣୁ ଘରକୁ ଫେରିବା ପାଇଁ ଏବେ ଯାତ୍ରୀଙ୍କ ପାଖରେ ସମୟ ବହୁତ କମ୍। ଟ୍ରେନ୍‌ରେ ଟିକେଟ୍ ନମିଳିବାରୁ ଅନେକ ଯାତ୍ରୀ ବିମାନ ଟିକେଟ୍ ଖୋଜୁଛନ୍ତି। ହେଲେ ଏଠି ବି ଭଡ଼ା ଆକାଶଛୁଆଁ। ନଭେମ୍ବର ୧୩ ପାଇଁ ଲକ୍ଷ୍ନୌରୁ ପାଟନା ବିମାନ ଟିକେଟ୍‌ର ସର୍ବାଧିକ ଭଡ଼ା ୪୪ ହଜାର ୬୨୫ ଟଙ୍କା ଦେଖାଯାଇଛି। ଦିଲ୍ଲୀରୁ ପାଟନା ଭଡ଼ା ୧୫ ହଜାର ୩୬୭ରୁ ୩୦ ହଜାର ୩୮୫ ଟଙ୍କା ମଧ୍ୟରେ ରହିଛି। ସେହିପରି ମୁମ୍ବାଇ, ବେଙ୍ଗାଲୁରୁ ଓ ଚେନ୍ନାଇରୁ ପାଟନା ଟିକେଟ୍ ଭଡ଼ା ମଧ୍ୟ ଯାତ୍ରୀଙ୍କ ବଜେଟ୍ ବିଗାଡ଼ି ଦେଇଛି।

ଅନ୍ୟପଟେ ଯାତ୍ରୀଙ୍କ ଭିଡ଼କୁ ଦେଖି ରେଳବାଇ ପକ୍ଷରୁ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀରୁ ମୁଜାଫରପୁର ମଧ୍ୟରେ ସ୍ପେଶାଲ୍ ଟ୍ରେନ୍ ଚାଲିବା ସହ ରାମନଗର-ପାଟଲିପୁତ୍ର ସାପ୍ତାହିକ ସ୍ପେଶାଲ୍ ଟ୍ରେନ୍‌ର ଅତିରିକ୍ତ ଫେରା ମଧ୍ୟ ନିର୍ଦ୍ଧାରିତ ହୋଇଛି। ଛଟ୍‌ ପରେ ଫେରୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ଏହା କିଛିଟା ଆଶ୍ୱସ୍ତି ଆଣିବ। କେବଳ ଟ୍ରେନ୍ ନୁହେଁ, ବସ୍‌ରେ ଘରକୁ ଫେରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲରୁ ବିହାରର ୫ଟି ଡିଭିଜନ୍‌କୁ ୭୭ଟି ଆନ୍ତଃରାଜ୍ୟ ବସ୍ ଚଳାଚଳ କରୁଛି। ମୁଜାଫରପୁର ପାଇଁ ୩୬, ପାଟନା ପାଇଁ ୧୩, ପୂର୍ଣ୍ଣିଆ ପାଇଁ ୧୨, ଗୟା ପାଇଁ ୧୦ ଓ ଦରଭଙ୍ଗା ପାଇଁ ୬ଟି ବସ୍ ରହିଛି। ଏସି, ନନ୍‌ଏସି, ସ୍ଲିପର ଓ ସିଟର ବସ୍‌ର ସୁବିଧା ମଧ୍ୟ ରହିଛି। ଏହାସହ ରୁଟ୍ ଓ ବସ୍‌ର ଶ୍ରେଣୀ ଅନୁସାରେ ୧୩୪ରୁ ୧ ହଜାର ୨୮ ଟଙ୍କା ପର୍ଯ୍ୟନ୍ତ ଭଡ଼ାରେ ରିହାତି ଦିଆଯାଉଛି। ଘରକୁ ଫେରିବାର ଇଚ୍ଛା ଯେତିକି, ଯାତ୍ରାର ଚିନ୍ତା ତାଠାରୁ ଅଧିକ। କିଏ ଟିକେଟ୍ ପାଇଁ ଷ୍ଟେସନରେ ଧାଉଁଛି, ତ ଆଉ କିଏ ଅଧିକ ଟଙ୍କା ଦେଇ ଫ୍ଲାଇଟ୍ ଟିକେଟ୍ କାଟିବାକୁ ବାଧ୍ୟ ହେଉଛି। ଛଟ୍‌ରେ ଘରକୁ

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button