ଦେଶ ବିଦେଶ

Gang Raped in Gwalior: ଦିନ ଦ୍ୱିପ୍ରହରରେ ଜଘନ୍ୟ କାଣ୍ଡ! ନାବାଳିକାଙ୍କୁ ଚାକୁ ଦେଖାଇ ଗଣଦୁଷ୍କର୍ମ

ମଧ୍ୟପ୍ରଦେଶର ଗ୍ୱାଲିୟରରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ଦିନ ଦ୍ୱିପ୍ରହରରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଚାକୁ ମୁନରେ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କୋଚିଂରୁ ପାଠପଢ଼ା ସାରି ଘରକୁ ଫେରୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ସହ ଏଭଳି ଅମାନବୀୟ କାଣ୍ଡ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟରରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଦିନ ଦ୍ୱିପ୍ରହରରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଚାକୁ ମୁନରେ ଅପହରଣ କରିବା ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କୋଚିଂରୁ ପାଠପଢ଼ା ସାରି ଘରକୁ ଫେରୁଥିବା ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ସହ ଏଭଳି ଅମାନବୀୟ କାଣ୍ଡ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଅଭିଯୋଗ ଅନୁସାରେ, ଶନିବାର ଅପରା ହ୍ନ ପ୍ରାୟ ୧ଟା ୪୫ ମିନିଟ୍‌ରେ ଛାତ୍ରୀ ଜଣକ କୋଚିଂରୁ ଘରକୁ ଫେରୁଥିଲେ । ଏହି ସମୟରେ ଇମ୍ରାନ ଖାନ୍ ଓ ଆର୍ୟନ ଖାନ୍ ନାମକ ଦୁଇ ଅଭିଯୁକ୍ତ ତାଙ୍କୁ ରାସ୍ତାରେ ଅଟକାଇଥିଲେ। ଚାକୁ ଦେଖାଇ ଭୟଭୀତ କରିବା ସହ ଜୋରଜବରଦସ୍ତି ବାଇକ୍‌ରେ ବସାଇ ନେଇଯାଇଥିଲେ। ପରେ ମସଜିଦ୍ ନିକଟରେ ଥିବା ଏକ ନିଛାଟିଆ ଘରକୁ ନେଇ ଉଭୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ବିରୋଧ କରିବାରୁ ନାବାଳିକାଙ୍କୁ ମାଡ଼ ମାରି ରାସ୍ତାରେ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ଅନ୍ୟପଟେ ନିର୍ଦ୍ଧାରିତ ସମୟରେ ଝିଅ ଘରେ ନ ପହଞ୍ଚିବାରୁ ଚିନ୍ତିତ ମାଆ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। କିଛି ସମୟ ପରେ ନାବାଳିକା ଜଣକ ଭୟଭୀତ ଓ ବିଚଳିତ ଅବସ୍ଥାରେ ଘରେ ପହଞ୍ଚି ପରିବାରକୁ ସବୁକଥା ଜଣାଇଥିଲେ।

ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ପୋକ୍ସୋ ଆକ୍ଟ ସମେତ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ କରିଛି। ଆର୍ୟନ ଖାନ୍ କୋର୍ଟରେ ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଅନ୍ୟ ଅଭିଯୁକ୍ତ ଇମ୍ରାନ ଖାନ୍ ଏବେବି ଫେରାର ଅଛି। ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବହୋଡ଼ାପୁର ଥାନା ଅଧିକାରୀ ଆଲୋକ ସିଂହ ପରିହାର କହିଛନ୍ତି। ଘରକୁ ଫେରୁଥିବା ଜଣେ କୁନି ଝିଅର ସୁରକ୍ଷା ଉପରେ ଏଭଳି ପ୍ରଶ୍ନ ଉଠିବା ନିଶ୍ଚିତ ଭାବେ ସମାଜ ପାଇଁ ଚିନ୍ତାର ବିଷୟ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button