ଦେଶ ବିଦେଶ
Accident: ହରିଦ୍ୱାରରେ ଶିବ ଦର୍ଶନ କଲେ ଶ୍ରଦ୍ଧାଳୁ, ଯୋଶୀମଠ ଯିବା ବେଳେ ଘାଟିରେ ଖସି ପଡ଼ିଲା ଯାତ୍ରୀବାହୀ ବସ୍
ଉତ୍ତରାଖଣ୍ଡର ଋଷିକେଶରେ ମଙ୍ଗଳବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ହରିଦ୍ୱାରରେ ଭଗବାନ ଶିବଙ୍କ ଦର୍ଶନ ସାରି ଯୋଶୀମଠ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ଋଷିକେଶ: ଉତ୍ତରାଖଣ୍ଡର ଋଷିକେଶରେ ମଙ୍ଗଳବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ହରିଦ୍ୱାରରେ ଭଗବାନ ଶିବଙ୍କ ଦର୍ଶନ ସାରି ଯୋଶୀମଠ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ରିପୋର୍ଟ ଅନୁସାରେ ବିଶ୍ୱନାଥ ସେବା ବସ୍ ବଦ୍ରିନାଥ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମୁନିକିରେତି ଇନ୍ସପେକ୍ଟର-ଇନ୍-ଚାର୍ଜ ପ୍ରଦୀପ ଚୌହାନ କହିଛନ୍ତି ଯେ ଗୁଲାର ନିକଟରେ ବସ୍ଟି ରେଲିଂ ଭାଙ୍ଗି ଘାଟିରେ ପଡ଼ିଛି। ୩୨ ସିଟ୍ ବିଶିଷ୍ଟ ବସ୍ ଟି ୩୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା, ଯେଉଁମାନଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ଚିହ୍ନଟ କରାଯାଉଛି। ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି। ଯାତ୍ରୀବାହୀ ବସ୍ରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡର ଶ୍ରଦ୍ଧାଳୁ ଥିବା ଜଣାଯାଇଛି।
ସୌଜନ୍ୟ ସମ୍ବାଦ



