Ramayana: ରାମାୟଣକୁ ପ୍ରଶଂସା କରିବାରୁ ଜାଭେଦ ଅଖତରଙ୍କୁ ସମାଲୋଚନା : ନାଁ ବଦଳାଇ ରାମପାଲ ରଖିବାକୁ ମୌଲାନାଙ୍କ ପରାମର୍ଶ
ରଣବୀର କପୁରଙ୍କ ଅଭିନୀତ ରାମାୟଣ ଚଳଚ୍ଚିତ୍ର ଏବଂ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ପ୍ରଶଂସା କରିଥିବାରୁ ବରିଷ୍ଠ ଗୀତିକାର ତଥା ଲେଖକ ଜାଭେଦ ଅଖତରଙ୍କୁ ସମାଲୋଚନା କରିଛନ୍ତି ଅଲ୍ ଇଣ୍ଡିଆ ଇମାମ୍ ଆସୋସିଏସନ୍ର ସଭାପତି ମୌଲାନା ସାଜିଦ ରଶିଦି।

ନୂଆଦିଲ୍ଲୀ: ରଣବୀର କପୁରଙ୍କ ଅଭିନୀତ ରାମାୟଣ ଚଳଚ୍ଚିତ୍ର ଏବଂ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶକୁ ପ୍ରଶଂସା କରିଥିବାରୁ ବରିଷ୍ଠ ଗୀତିକାର ତଥା ଲେଖକ ଜାଭେଦ ଅଖତରଙ୍କୁ ସମାଲୋଚନା କରିଛନ୍ତି ଅଲ୍ ଇଣ୍ଡିଆ ଇମାମ୍ ଆସୋସିଏସନ୍ର ସଭାପତି ମୌଲାନା ସାଜିଦ ରଶିଦି। ଜାଭେଦ ଅଖତର ନିଜ ନାଁ ବଦଳାଇ ‘ରାମପାଲ’ ରଖିବା ଉଚିତ ବୋଲି ସେ କଟାକ୍ଷ କରିଛନ୍ତି।
ନିକଟରେ ଜାଭେଦ ଅଖତର ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଓ ରାମାୟଣ ସମ୍ପର୍କରେ ନିଜର ମତ ରଖିଥିଲେ। ଶ୍ରୀରାମ କେବଳ ଜଣେ ବ୍ୟକ୍ତି ନୁହନ୍ତି, ବରଂ ଆଦର୍ଶ, ନୈତିକତା ଓ ଜୀବନଶୈଳୀର ପ୍ରତୀକ ବୋଲି ସେ କହିଥିଲେ। ଏହାକୁ ନେଇ ରଶିଦି କହିଛନ୍ତି ଯେ, ଜାଭେଦ ଅଖତର ଜଣେ ବ୍ୟବସାୟୀ। ବଲିଉଡ୍ରେ ଗୀତ ବିକ୍ରି ହୁଏ। ସେ ଯଦି ଏଭଳି ବୟାନ ନ ଦିଅନ୍ତି, ତେବେ ତାଙ୍କ ଗୀତ କିଏ କିଣିବ? ଏଥିସହ ଜାଭେଦ ଅଖତର ବିଭିନ୍ନ ସାର୍ବଜନୀନ ମଞ୍ଚରେ ନିଜକୁ ନାସ୍ତିକ ବୋଲି କହିଆସିଛନ୍ତି ଏବଂ କୌଣସି ଧର୍ମରେ ବିଶ୍ୱାସ କରନ୍ତି ନାହିଁ ବୋଲି ମତ ଦେଇଛନ୍ତି। ତେଣୁ ଏବେ ସେ ଶ୍ରୀରାମଙ୍କ ପ୍ରତି ଏତେ ଆସ୍ଥା କିପରି ପ୍ରକାଶ କରୁଛନ୍ତି ବୋଲି ରଶିଦି ପ୍ରଶ୍ନ ଉଠାଇଛନ୍ତି। ଏହା ସହ ସେ ବ୍ୟଙ୍ଗ କରି କହିଛନ୍ତି, ‘ମୋର ତାଙ୍କୁ ଗୋଟିଏ ପରାମର୍ଶ। ଜାଭେଦ ଅଖତରଙ୍କ ବଦଳରେ ସେ ନିଜ ନାଁ ରାମପାଲ ରଖନ୍ତୁ।’
ସୌଜନ୍ୟ ସମ୍ବାଦ




