ଦେଶ ବିଦେଶ

Trump, Xi Jinping, and Putin: ଟ୍ରମ୍ପ-ଜିନପିଙ୍ଗ-ପୁଟିନଙ୍କ ଐତିହାସିକ ତ୍ରିପାକ୍ଷିକ ବୈଠକ: ‘ଶାନ୍ତି ଘୋଷଣାନାମା’ ଜାରି କଲେ ତିନି ରାଷ୍ଟ୍ରମୁଖ୍ୟ

ଆମେରିକା, ଚୀନ୍‌ ଓ ରୁଷ୍‌ ମଧ୍ୟରେ ବିଶ୍ୱ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ଚୀନ୍‌ର ସେନ୍‌ଜେନ୍‌ ସହରରେ ଗୁରୁବାର ତିନି ଦେଶର ରାଷ୍ଟ୍ରମୁଖ୍ୟ ଡୋନାଲ୍ଡ ଟ୍ରମ୍ପ, ସି ଜିନପିଙ୍ଗ ଓ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ତ୍ରିପାକ୍ଷିକ ବୈଠକ ହୋଇଛି।

ସେନ୍‌ଜେନ୍‌: ଆମେରିକା, ଚୀନ୍‌ ଓ ରୁଷ୍‌ ମଧ୍ୟରେ ବିଶ୍ୱ ଶାନ୍ତି ଓ ସୁରକ୍ଷା ପ୍ରସଙ୍ଗରେ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ଚୀନ୍‌ର ସେନ୍‌ଜେନ୍‌ ସହରରେ ଗୁରୁବାର ତିନି ଦେଶର ରାଷ୍ଟ୍ରମୁଖ୍ୟ ଡୋନାଲ୍ଡ ଟ୍ରମ୍ପ, ସି ଜିନପିଙ୍ଗ ଓ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ତ୍ରିପାକ୍ଷିକ ବୈଠକ ହୋଇଛି। ଏହି ବୈଠକ ପରେ ତିନି ଦେଶ ପକ୍ଷରୁ ‘ଶାନ୍ତି ଘୋଷଣାନାମା’ ଜାରି କରାଯାଇଛି। ଏଥିରେ ପରମାଣୁ ଯୁଦ୍ଧ କେବେ ହେବା ଉଚିତ ନୁହେଁ ବୋଲି ତିନି ରାଷ୍ଟ୍ରମୁଖ୍ୟ ସହମତି ପ୍ରକାଶ କରିଛନ୍ତି। ଏଥିସହ ମିଳିତ ଜାତିସଂଘରେ ସଂସ୍କାର, ତୈଳ ଉତ୍ପାଦ ଯୋଗାଣ ବୃଦ୍ଧି ଓ ଅନ୍ତର୍ଜାତୀୟ ନ୍ୟାୟିକ ସଂସ୍ଥାରେ ରାଷ୍ଟ୍ରମୁଖ୍ୟ ଓ ସରକାରୀ ଅଧିକାରୀଙ୍କ ଆଇନଗତ ସୁରକ୍ଷା ଆଦି ପ୍ରସଙ୍ଗରେ ମଧ୍ୟ ସହମତି ହୋଇଛି। ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (ଏପେକ୍‌) ଶିଖର ସମ୍ମିଳନୀ ଅବସରରେ ସେନ୍‌ଜେନ୍‌ର କାଇଲିନ୍‌ ଭିଲାରେ ଏହି ବୈଠକ ହୋଇଥିଲା।

ପରମାଣୁ ଯୁଦ୍ଧ ନ କରିବାକୁ ସହମତି

ବୈଠକ ଆରମ୍ଭରେ ଟ୍ରମ୍ପ ଏହାକୁ ଐତିହାସିକ ଘଟଣା ବୋଲି କହିଥିଲେ। ପରସ୍ପର ସହ ଆଲୋଚନା ନ କରି ସମସ୍ୟାର ସମାଧାନ ସମ୍ଭବ ନୁହେଁ ବୋଲି ସେ ମତ ଦେଇଥିଲେ। ବିଶ୍ୱର ସର୍ବାଧିକ ପରମାଣୁ ଅସ୍ତ୍ର ରଖିଥିବା ତିନି ଦେଶ ଏକାଠି ବସି ଏହାର ହ୍ରାସ ଦିଗରେ ଆଲୋଚନା କରିବାର ସୁଯୋଗ ରହିଛି ବୋଲି ଟ୍ରମ୍ପ କହିଥିଲେ। ପୁଟିନ ମଧ୍ୟ ୟୁକ୍ରେନ ଯୁଦ୍ଧ ସମେତ ଆଞ୍ଚଳିକ ସଂଘର୍ଷର ସମାଧାନରେ ତିନି ଦେଶର ସାଧାରଣ ସ୍ୱାର୍ଥ ରହିଥିବା କହିଥିଲେ। ଜିନପିଙ୍ଗ କହିଥିଲେ, ବଡ଼ ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ ସଦ୍‌ଭାବ ରହିଲେ ବିଶ୍ୱରେ ଶାନ୍ତି ବଜାୟ ରହିବ।  ଜାରି ଘୋଷଣାନାମାରେ ଚାରିଟି ପ୍ରମୁଖ ପ୍ରସଙ୍ଗ ରହିଛି। ପ୍ରଥମତଃ, ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ତିନି ଦେଶ ଜାତିସଂଘରେ ସଂସ୍କାର ଆଣିବାକୁ ସହମତ ହୋଇଛନ୍ତି। ଦ୍ୱିତୀୟତଃ, ସମସ୍ତ ଦେଶର ଆବଶ୍ୟକତା ପୂରଣ ପାଇଁ ବିଶୋଧିତ ତୈଳ ଉତ୍ପାଦନ ଓ ଯୋଗାଣ ବୃଦ୍ଧି କରାଯିବ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button