Dhalasamant: ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କ ଜେଲରୁ ବାହରିବା ବାଟରେ ବାଧକ ସାଜିଛି କଟକ ଏଡିସିପି ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଦ୍ବାରା ଧାର୍ଯ୍ୟ ସର୍ତ୍ତ
ଗ୍ୟାଙ୍କଷ୍ଟର ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କ ଜେଲରୁ ବାହରିବା ବାଟରେ ବାଧକ ସାଜିଛି କଟକ ଏଡିସିପି ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଦ୍ବାରା ଧାର୍ଯ୍ୟ ସର୍ତ୍ତ। ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଥିବା ବିଏନଏନଏସର ଧାରା ୧୨୯ (ପୂର୍ବର ସିଆରପିସିର ଧାରା ୧୧୦) ବ୍ୟବସ୍ଥା ଅନୁସାରେ ରୁଜୁ ମାମଲାରେ ସୁଶୀଲ ଓ ସୁଶାନ୍ତଙ୍କୁ ଜେଲରୁ ଛାଡ଼ିବାକୁ ଏଡିସିପି ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ କେତେକ ସର୍ତ୍ତ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କଟକ: ଗ୍ୟାଙ୍କଷ୍ଟର ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କ ଜେଲରୁ ବାହରିବା ବାଟରେ ବାଧକ ସାଜିଛି କଟକଏଡିସିପି ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଦ୍ବାରା ଧାର୍ଯ୍ୟ ସର୍ତ୍ତ। ଅଭ୍ୟାସଗତ ଅପରାଧୀଙ୍କ ପାଇଁ ଥିବା ବିଏନଏନଏସର ଧାରା ୧୨୯ (ପୂର୍ବର ସିଆରପିସିର ଧାରା ୧୧୦) ବ୍ୟବସ୍ଥା ଅନୁସାରେ ରୁଜୁ ମାମଲାରେ ସୁଶୀଲ ଓ ସୁଶାନ୍ତଙ୍କୁ ଜେଲରୁ ଛାଡ଼ିବାକୁ ଏଡିସିପି ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ କେତେକ ସର୍ତ୍ତ ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ମଧ୍ୟରେ ଜଣେ ରକ୍ତ ସଂପର୍କୀୟ ଓ ନିର୍ଦ୍ଦିଷ୍ଟ ପାହ୍ୟାର ସରକାରୀ ଚାକିରିଆଙ୍କ ଜାମିନ ମୁଚାଲିକା ଦାଖଲ ଭଳି ସର୍ତ୍ତ ରହିଛି। ଅକ୍ଟୋବର ୩୧ର ଏହି ନିର୍ଦ୍ଦେଶକୁ ବିରୋଧ କରି ତଥା ସର୍ତ୍ତରେ ସଂଶୋଧନ ଲୋଡ଼ି ସୁଶୀଲ ଓ ସୁଶାନ୍ତ କଟକ ଦୌରା ଅଦାଲତରେ ଦାୟର କରିଥିବା ଦୁଇ ପୃଥକ ଆବେଦନର ବିନା କୌଣସି ଫଳାଫଳରେ ଶୁଣାଣିରେ ଅନ୍ତ ଘଟିଛି। ଦୌରା ଅଦାଲତରେ ମାମଲାର ଶୁଣାଣି ବେଳେ ଦୁଇ ଆବେଦନକୁ ସରକାରଙ୍କ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ୍ତ କୁମାର ସାମଲ ବିରୋଧ କରିଥିଲେ। ଆବେଦନର ଗ୍ରହଣୀୟତାକୁ ନେଇ ଶ୍ରୀ ସାମଲ ପ୍ରଶ୍ନ ଉଠାଇଥିଲେ। ଏହି ଆବେଦନର ଶୁଣାଣି ପ୍ରସଂଗରେ ଆଗକୁ ବଢିବାକୁ ସେମାନେ ଚାହୁଁ ନାହାନ୍ତି ବୋଲି ସୁଶୀଲ ଓ ସୁଶାନ୍ତଙ୍କ ତରଫରୁ ଦର୍ଶାଯାଇଥିଲା। ଏହାପରେ ଦୌରା ଅଦାଲତ ଦୁଇ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ସୌଜନ୍ୟ ସମ୍ବାଦ




