Rayagada: ଭରା ନଈରେ ପାର ହେଲେ ଗୁରୁତର ରୋଗୀ
ରାୟଗଡା ଜିଲ୍ଲା ସଦର ବ୍ଲକ ପୂଜାରୀବମ୍ବୁ ଗ୍ରାମରୁ ପୁଣି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ରାସ୍ତା ନଥିବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଯାଇପାରିନି। ଫଳରେ ଜଣେ ଗୁରୁତର ରୋଗି ଚIଣ୍ଟି ପୀଡ଼ିକାଙ୍କୁ ଖଟିଆରେ ନାଗାବଳୀ ନଦୀ ପାର କରାଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ନଦୀରେ ସାମାନ୍ଯ ପାଣି ବଢିଥିବା ବେଳେ ରୋଗୀକୁ ଭରା ନଈ ପାର କରାଯାଇଛି।

ରାୟଗଡା(ଶିବ ପ୍ରସାଦ ଦୋରା ): ରାୟଗଡାଜିଲ୍ଲା ସଦର ବ୍ଲକ ପୂଜାରୀବମ୍ବୁ ଗ୍ରାମରୁ ପୁଣି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ରାସ୍ତା ନଥିବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଯାଇପାରିନି। ଫଳରେ ଜଣେ ଗୁରୁତର ରୋଗି ଚIଣ୍ଟି ପୀଡ଼ିକାଙ୍କୁ ଖଟିଆରେ ନାଗାବଳୀ ନଦୀ ପାର କରାଯାଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ନଦୀରେ ସାମାନ୍ଯ ପାଣି ବଢିଥିବା ବେଳେ ରୋଗୀକୁ ଭରା ନଈ ପାର କରାଯାଇଛି। ଗତ ୨ ଦିନ ହେଲା ପୂଜାରୀବମ୍ବୁ ଗ୍ରାମର ଯୁବକ ଚାଣ୍ଟି ପିଡିକା ରୋଗାଗସ୍ତ ହୋଇ ଅସୁସ୍ଥ ହୋଇପଡିଥିଲେ। ତେବେ ଆଜି ସକାଳୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ଆମ୍ବୁଲାନ୍ସଟି ବେହେରାଗୁଡା ଗ୍ରାମ ନିକଟରେ ରହିଯାଇଥିଲା। ନଦୀ ପାର ହୋଇ ଆମ୍ବୁଲାନ୍ସଟି ପୂଜାରୀବମ୍ବୁ ଯାଇନଥିଲା।
ପରେ ଚାଣ୍ଟିକୁ ଖଟିଆରେ ଭରା ନଈ ପାର କରିବା ପରେ ଆମ୍ବୁଲାନ୍ସ ଯୋଗେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରକାଶ ଥାଉକି ଗତମାସ ମଧ୍ଯ ଜଣେ ରୋଗୀକୁ ଭାରରେ ଭରାନଦୀ ପାର କରାଯାଇଥିଲା। ପରେ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୂଜାରୀବମ୍ବୁ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ। ରାସ୍ତା ନିର୍ମାଣ ନକଲେ ଗ୍ରାମବାସୀ ଇଛାମୃତ୍ଯୁ ପାଇଁ ଆବେଦନ କରିବେ ବୋଲି ଚେତାବନୀ ଦେଇଥିଲେ I ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ପାଖାପାଖି ୩ କିମି ରାସ୍ତାରେ ଚାଲି ଚାଲି ଆସିବା ପରେ ନଦୀ ପାର କରାଇଥିଲେ |
ସୌଜନ୍ୟ ସମ୍ବାଦ




