ରାଜ୍ୟ
Elephant Terror: ନୀଳଗିରିରେ ହାତୀ ଆତଙ୍କ, ୪୮ ଟିକିଆ ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ

ନୀଳଗିରି,୨୪\୧୧: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ । ୪୮ ଟିକିଆ ଝାଡଖଣ୍ଡୀ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ହାତୀପଲ । ପଶ୍ଚିମବଙ୍ଗ ଦେଇ ଓଡ଼ିଶାକୁ ପ୍ରବେଶ କରିଥିବା ଏହି ହାତୀପଲ ମୟୂରଭଞ୍ଜ ଜିଲ୍ଲା ମାନଗୋବିନ୍ଦପୁର ରାସ୍ତା ଓ ବଡ଼ସାହି ରେଞ୍ଜ ଦେଇ ନୀଳଗିରି ମୁହାଁ ହୋଇଛନ୍ତି ।
ବୁଢ଼ା ବଳଙ୍ଗ ନଦୀ ପାର ହୋଇ ହାତୀପଲ ଦୁଗାଦେବୀ ଓ ପୁନ୍ଦାଳ ଅଞ୍ଚଳରେ ପହଞ୍ଚି କ୍ଷେତରେ ଉପଦ୍ରବ ଚଳାଇଛନ୍ତି । ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏବେ ହାତୀପଲ ସୋନ ନଦୀ ପାର ହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିବା ସୂଚନା ମିଳିଛି । ହାତୀପଲଙ୍କୁ ଏଡ଼େଅବାକୁ ବନବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଥିବା ବେଳେ ରାତି ହେଲେ ଭୟ ବଢୁଥିବା କହିଛନ୍ତି ଅଞ୍ଚଳବାସୀ ।
ସୌଜନ୍ୟ ସମ୍ବାଦ




