ଅକାଳୀ-ବିଜେପି ମେଣ୍ଟକୁ ଭଗୱନ୍ତ ମାନ୍ ଓ ଅଖିଳେଶଙ୍କ କଟାକ୍ଷ; ମାନ୍ କହିଲେ ‘ଠଗବନ୍ଧନ’, ଅଖିଳେଶ କହିଲେ ‘ଏକାକୀ ଲଢ଼ିବାର ତାକତ ନାହିଁ
ମାନ୍ କହିଛନ୍ତି, ଯେଉଁ ଦଳଗୁଡ଼ିକ ଗତକାଲି ପର୍ଯ୍ୟନ୍ତ ପରସ୍ପରକୁ ସମାଲୋଚନା କରୁଥିଲେ, ସେମାନେ ଆଜି କ୍ଷମତା ଲୋଭରେ ପୁଣି ହାତ ମିଳାଇଛନ୍ତି । ତିନିଟି କୃଷି ଆଇନ, ପଞ୍ଜାବର ଜଳ ବିବାଦ, ଚଣ୍ଡୀଗଡ଼ ଏବଂ ଶିଖ୍ ଧାର୍ମିକ ଅନୁଷ୍ଠାନକୁ ନେଇ ଉଭୟ ଦଳର ନେତା ପରସ୍ପର ବିରୋଧରେ ବୟାନ ଦେଉଥିଲେ ।

ଚଣ୍ଡୀଗଡ଼ : ପଞ୍ଜାବରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଶିରୋମଣି ଅକାଳୀ ଦଳ ଓ ବିଜେପି ପୁଣି ମେଣ୍ଟ କରିଥିବାରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ । ଏହି ମେଣ୍ଟକୁ ସେ ଗଠବନ୍ଧନ ନୁହେଁ, ‘ଠଗବନ୍ଧନ’ ବୋଲି ଆଖ୍ୟା ଦେବା ସହ ଦୁଇ ଦଳ ପୁଣି ଥରେ ପଞ୍ଜାବକୁ ଲୁଟିବାକୁ ଏକାଠି ହୋଇଥିବା ଅଭିଯୋଗ କରିଛନ୍ତି । ମଙ୍ଗଳବାର ଏକ ଭିଡିଓ ବାର୍ତ୍ତାରେ ମାନ୍ କହିଛନ୍ତି, ଏହା ପଞ୍ଜାବର ସ୍ୱାର୍ଥ ପାଇଁ ମେଣ୍ଟ ନୁହେଁ, ବରଂ ନିଜ ନିଜ ପରିବାର ଓ ରାଜନୈତିକ ଆସନ ବଞ୍ଚାଇବା ପାଇଁ ଦୁଇ ଦଳ ଏକାଠି ହୋଇଛନ୍ତି । ତେଣୁ ଏହି ଦଳଗୁଡ଼ିକୁ ଆଉ ବିଶ୍ୱାସ ନ କରିବାକୁ ସେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଏସ୍ପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବିଜେପି-ଅକାଳୀ ମେଣ୍ଟକୁ ସମାଲୋଚନା କରି ବିଜେପିର ଏକାକୀ ନିର୍ବାଚନ ଲଢ଼ିବାର ତାକତ ନାହିଁ ବୋଲି କହିଛନ୍ତି ।
ମାନ୍ କହିଛନ୍ତି, ଯେଉଁ ଦଳଗୁଡ଼ିକ ଗତକାଲି ପର୍ଯ୍ୟନ୍ତ ପରସ୍ପରକୁ ସମାଲୋଚନା କରୁଥିଲେ, ସେମାନେ ଆଜି କ୍ଷମତା ଲୋଭରେ ପୁଣି ହାତ ମିଳାଇଛନ୍ତି । ତିନିଟି କୃଷି ଆଇନ, ପଞ୍ଜାବର ଜଳ ବିବାଦ, ଚଣ୍ଡୀଗଡ଼ ଏବଂ ଶିଖ୍ ଧାର୍ମିକ ଅନୁଷ୍ଠାନକୁ ନେଇ ଉଭୟ ଦଳର ନେତା ପରସ୍ପର ବିରୋଧରେ ବୟାନ ଦେଉଥିଲେ । ଏବେ କେଉଁ ସ୍ୱାର୍ଥ ପାଇଁ ସେମାନେ ଏକାଠି ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜ ପରିବାର ଓ ନିର୍ବାଚନୀ ଆସନ ସୁରକ୍ଷିତ ରଖିବା ହିଁ ଏହି ମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ଅଭିଯୋଗ କରିଛନ୍ତି ।
ସୌଜନ୍ୟ ସମ୍ବାଦ




