ରାଜ୍ୟ

Industrial Corridor: ଶିଳ୍ପ କରିଡର୍‌ରେ ବିଚ୍ଛିନ୍ନାଞ୍ଚଳ ଜୀବନ: ୪୬୭ ଗାଁକୁ ରାସ୍ତା ନାହିଁ, ୮୦୦ ଗାଁକୁ ପହଞ୍ଚିନି ମୋବାଇଲ୍‌ ନେଟ୍‌ୱର୍କ

ଖଣି ଓ ଶିଳ୍ପ ଭିତ୍ତିଭୂମିରେ ଆଗକୁ ବଢ଼ୁଛି ରାୟଗଡ଼ା ଜିଲ୍ଲା। ସ୍ବତନ୍ତ୍ର ରେଳ ଡିଭିିଜନ୍‌ ପ୍ରତିଷ୍ଠା ପରେ ଓଡ଼ିଶାର ଅନ୍ୟତମ ଶିଳ୍ପ କରିଡର୍‌ ଭାବେ ଏହି ଜିଲ୍ଲା ଅଗ୍ରଗତି କରୁଛି। ହେଲେ ବିଡ଼ମ୍ବନା, ଆଜି ପର୍ଯ୍ୟନ୍ତ ଜିଲ୍ଲାର ୪୬୭ ଗାଁକୁ ରାସ୍ତା ନାହିଁ।

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଖଣି ଓ ଶିଳ୍ପ ଭିତ୍ତିଭୂମିରେ ଆଗକୁ ବଢ଼ୁଛି ରାୟଗଡ଼ା ଜିଲ୍ଲା। ସ୍ବତନ୍ତ୍ର ରେଳ ଡିଭିିଜନ୍‌ ପ୍ରତିଷ୍ଠା ପରେ ଓଡ଼ିଶାର ଅନ୍ୟତମ ଶିଳ୍ପ କରିଡର୍‌ ଭାବେ ଏହି ଜିଲ୍ଲା ଅଗ୍ରଗତି କରୁଛି। ହେଲେ ବିଡ଼ମ୍ବନା, ଆଜି ପର୍ଯ୍ୟନ୍ତ ଜିଲ୍ଲାର ୪୬୭ ଗାଁକୁ ରାସ୍ତା ନାହିଁ। ୮୦୦ ଗାଁକୁ ମୋବାଇଲ୍‌ ନେଟ୍‌ୱର୍କ ସୁବିଧା ନାହିଁ। ଫଳରେ ଖଣି ଓ ଶିଳ୍ପାୟନ ପ୍ରଭାବିତ ଅଞ୍ଚଳବାସୀ ବିତାଉଛନ୍ତି ବିଚ୍ଛିନ୍ନାଞ୍ଚଳ ଜୀବନ।

ରାୟଗଡ଼ା ଜିଲ୍ଲାରେ ୧୧ ବ୍ଲକ୍‌ରେ ଜନସଂଖ୍ୟା ୧୨ ଲକ୍ଷ। ୨ଟି ପୌରସଂସ୍ଥା, ଗୋଟିଏ ବିଜ୍ଞାପିତ ଅଞ୍ଚଳ ଏବଂ ୧୮୨ଟି ପଞ୍ଚାୟତ ରହିଛି। ଜିଲ୍ଲାରେ ୫୬% ଅନୁସୂଚିତ ଜନଜାତି, ୧୫% ଅନୁସୂଚିତ ଜାତି ଓ ୨୯% ଅନ୍ୟାନ୍ୟ ବର୍ଗର ଲୋକ ବାସ କରୁଛନ୍ତି। ବିଧାନସଭା ସମେତ ଜିଲ୍ଲାସ୍ତରୀୟ ବୈଠକରେ ନିର୍ବାଚିତ ପ୍ରତିନିଧି ଗାଁରେ ଲାଗି ରହିଥିବା ରାସ୍ତା, ବିଦ୍ୟୁତ୍‌, ପାନୀୟଜଳ ସମସ୍ୟା ନେଇ ଦୃଷ୍ଟି ଆକର୍ଷଣ କରୁଛନ୍ତି। କିନ୍ତୁ ଅନୁଦାନ ଥିବା ସତ୍ତ୍ବେ ବିକାଶ ତ୍ବରାନ୍ବିତ କରିବାରେ ପ୍ରଶାସନ ପଛରେ ପଡ଼ିଥିବା ଅଭିଯୋଗ ହୋଇଛି। ରାୟଗଡ଼ା ବିଧାୟକ ଆପଲାସ୍ବାମୀ କାଡ୍ରକା କହିଛନ୍ତି, ଆମେ କଂଗ୍ରେସରୁ ନିର୍ବାଚିତ ହୋଇଛୁ ବୋଲି ଜିଲ୍ଲା ପ୍ରଶାସନ କୌଣସି ଉନ୍ନତିମୂଳକ କାର୍ଯ୍ୟର ପ୍ରସ୍ତାବକୁ ଗ୍ରହଣ କରୁନି। ଡଙ୍ଗରିଆ କନ୍ଧ ବସବାସ କରୁଥିବା ୩ଟି ବ୍ଲକ୍‌ ବିଷମକଟକ, ମୁନିଗୁଡ଼ା ଓ କଲ୍ୟାଣସିଂହପୁରର ବହୁ ଅଞ୍ଚଳକୁ ବିକାଶ ଅପହଞ୍ଚ ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button