Odisha Weather Update: ନଭେମ୍ବରରେ ଶୀତ ଗାଏବ, ଡିସେମ୍ବର ପ୍ରଥମ ସପ୍ତାହରୁ ଜାଡ଼ରେ ଥରିବ ଓଡ଼ିଶା ! ୫ ଡିଗ୍ରୀ ଯାଏଁ ଖସିବ ପାରଦ

ଭୁବନେଶ୍ୱର, ୨୬।୧୧: ନଭେମ୍ବର ମାସ ସରିବାକୁ ବସିଲାଣି, ହେଲେ ଏ ବର୍ଷ ସିତ ଗାଏବ । ଯେଉଁ ସମୟରେ କାଲୁଆ ପବନ ଯୋଗୁଁ ଥଣ୍ଡା ଅନୁଭବ କରନ୍ତି ସେ ସମୟରେ ଲୋକେ ଏସି, ଫ୍ୟାନ୍ ଲଗେଇ ଶୋଉଛନ୍ତି । ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ଅନୁଭୂତ ହେଉଛି ହେଲେ ଶୀତର ଦେଖା ନାହିଁ । ଆସନ୍ତା ୨୮ ତାରିଖରେ ରାଜ୍ୟରେ ରାତି ତାପମାତ୍ରା ୨ ରୁ ୫ ଡିଗ୍ରୀ କମିବ । ଆସନ୍ତା ଡିସେମ୍ୱର ମାସର ପ୍ରଥମ ସପ୍ତାହର ଶେଷ ବେଳକୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ଜଳୀୟ ବାଷ୍ପ ଯୋଗୁଁ ରାଜ୍ୟରେ କିଛି ସ୍ଥାନରେ କୁହୁଡ଼ି ହେଉଛି । କୁହୁଡ଼ି ପାଇଁ ୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତାପମାତ୍ରା ୨ରୁ ୫ ଦିନ ହ୍ରାସ ପାଇପାରେ । ଏନେଇ CEC ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ ଶରତ ସାହୁ ଆକଳନ କରିଛନ୍ତି ।
ଅନ୍ୟପଟେ ୨୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ । ତାହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାରନିଙ୍ଗ ଜାରି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ତେବେ ଏନେଇ CEC ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ ଶରତ ସାହୁ ଆକଳନ କରିଛନ୍ତି ।
ସୌଜନ୍ୟ ପ୍ରମେୟ




