ଦେଶ ବିଦେଶ

Workers Die: ନାଳ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ: ୨ ଶ୍ରମିକଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ ଭିୱାଣ୍ଡି ସହରରେ ଏକ ନାଳ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମଧ୍ୟାହ୍ନରେ ଭିୱାଣ୍ଡି-ନିଜାମପୁର ମହାନଗର ନିଗମର ଆୟୁକ୍ତଙ୍କ ସରକାରୀ ବାସଭବନ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି।

ଭିୱାଣ୍ଡି: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଅନ୍ତର୍ଗତ ଭିୱାଣ୍ଡି ସହରରେ ଏକ ନାଳ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମଧ୍ୟାହ୍ନରେ ଭିୱାଣ୍ଡି-ନିଜାମପୁର ମହାନଗର ନିଗମର ଆୟୁକ୍ତଙ୍କ ସରକାରୀ ବାସଭବନ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି।

ଦୀର୍ଘ ସମୟ ଧରି ଉଭୟ ବାହାରକୁ ନ ଆସିବାରୁ ଅନ୍ୟ ଶ୍ରମିକମାନେ ପାଟି କରି ସହାୟତା ମାଗିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ଦୁଇ ଶ୍ରମିକଙ୍କୁ ନାଳ ଭିତରୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶ୍ରମିକଙ୍କ ପରିଚୟ ତୁରନ୍ତ ଜଣାପଡ଼ିନାହିଁ। ପୁଲିସ ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button