ଦେଶ ବିଦେଶ

Woman poisoned her husband: ୬ କୋଟିର ବ୍ୟବସାୟ ହଡ଼ପ କରିବାକୁ ସ୍ବାମୀ, ପୁଅ ଓ ସମ୍ପର୍କୀୟଙ୍କୁ ବିଷ ଦେଉଥିଲେ ମହିଳା

କୋଟି କୋଟି ଟଙ୍କାର ବ୍ୟବସାୟ ହଡ଼ପ କରିବାକୁ ଜଣେ ମହିଳା ନିଜ ସ୍ବାମୀ ଓ ପୁଅକୁ ଗତ ଏକ ବର୍ଷ ହେଲା ବିଷ ଦେଇଆସୁଥିଲେ। ସ୍ୱାମୀ, ପୁଅ ଓ ସମ୍ପର୍କୀୟ ଖାଦ୍ୟରେ ସୀସା ମିଶାଇ ମାରିବା ପାଇଁ ଚେଷ୍ଟା କରିବା ଅଭିଯୋଗରେ ୪୨ ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇଛି।

ଗାଜିଆବାଦ: କୋଟି କୋଟି ଟଙ୍କାର ବ୍ୟବସାୟ ହଡ଼ପ କରିବାକୁ ଜଣେ ମହିଳା ନିଜ ସ୍ବାମୀ ଓ ପୁଅକୁ ଗତ ଏକ ବର୍ଷ ହେଲା ବିଷ ଦେଇଆସୁଥିଲେ। ସ୍ୱାମୀ, ପୁଅ ଓ ସମ୍ପର୍କୀୟ ଖାଦ୍ୟରେ ସୀସା ମିଶାଇ ମାରିବା ପାଇଁ ଚେଷ୍ଟା କରିବା ଅଭିଯୋଗରେ ୪୨ ବର୍ଷୀୟ ମହିଳାଙ୍କୁ ଗିରଫ କରାଯାଇଛି। ନଭେମ୍ବର ୨୩ ତାରିଖରେ ଗିରଫ ହୋଇଥିବା ରେଣୁ ପଚରାଉଚରା ସମୟରେ ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ସ୍ୱାମୀଙ୍କ ପରିବହନ ବ୍ୟବସାୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିଲେ, ଯାହାର ବର୍ତ୍ତମାନ ବାର୍ଷିକ କାରବାର ପ୍ରାୟ ୬ କୋଟି ଟଙ୍କା। ପୁଲିସ କହିଛି ଯେ, ରେଣୁଙ୍କ ସ୍ୱାମୀ ସୁଶୀଲ କୁମାର ଭଟ୍ଟନାଗର (୪୫)ଙ୍କ ଅଭିଯୋଗ ଉପରେ ସେପ୍ଟେମ୍ବରରେ ଏକ ଏତଲା ଦାଖଲ ହେବା ପରେ ପ୍ରାଥମିକ ତଦନ୍ତ ପରେ ରେଣୁଙ୍କୁ ଦିଲ୍ଲୀର ଝିଲମିଲ କଲୋନୀରେ ତାଙ୍କ ଭଉଣୀଙ୍କ ଘରୁ ଅଟକ ରଖାଯାଇଥିଲା।

ପୁଲିସ ରେଣୁଙ୍କ ଝିଅର ବୟାନ ମଧ୍ୟ ରେକର୍ଡ଼

ତାଙ୍କ ଅଭିଯୋଗରେ ଭଟ୍ଟନାଗର ଦାବି କରିଛନ୍ତି ଯେ, ସେ ଗତବର୍ଷ ଅଗଷ୍ଟ ୨୧ ତାରିଖରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଓ ଏକ ଘରୋଇ ସଂସ୍ଥାରେ କରାଯାଇଥିବା ପରୀକ୍ଷାରେ ତାଙ୍କ ରକ୍ତ ନମୁନାରେ ଉଚ୍ଚ ସ୍ତରର ସୀସା ଦେଖାଯାଇଥିଲା। ସେ ଦୁଇ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ରହିଥିଲେ। ସେହି ବର୍ଷ ଶେଷ ଭାଗରେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ ଓ ଦ୍ୱିତୀୟ ଥର ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ଦୀର୍ଘକାଳୀନ ସୀସା ବିଷକ୍ରିୟାରେ ପୀଡିତ ବୋଲି କହିଥିଲେ। ସେ କହିଛନ୍ତି ଯେ, ତାଙ୍କର ୧୬ ବର୍ଷୀୟ ପୁଅ ବଂଶ ଓ ୨୧ ବର୍ଷୀୟ ପୁତୁରା ଦେବ ଭଟ୍ଟନାଗର ମଧ୍ୟ ପରବର୍ତ୍ତୀ କିଛି ମାସ ମଧ୍ୟରେ ଅସୁସ୍ଥ ହୋଇପଡ଼ିଥିଲେ ଓ ସୁସ୍ଥ ହେବାକୁ ସେମାନଙ୍କୁ ସପ୍ତାହେ ଲାଗିଥିଲା। ଡିସିପି ଟ୍ରାନ୍ସ-ହିଣ୍ଡନ ରିଜୁଲ କହିଛନ୍ତି ଯେ, ତିନିଜଣ ପୀଡିତଙ୍କ ଡାକ୍ତରୀ ରିପୋର୍ଟରେ ସୀସା ବିଷକ୍ରିୟା ଦେଖାଯିବା ପରେ ଭଟ୍ଟନାଗର ରେଣୁଙ୍କୁ ସନ୍ଦେହ କରିବାକୁ ଲାଗିଲେ। ରେଣୁ ମା’-ଝିଅଙ୍କ ଖାଦ୍ୟ ଅଲଗା କରିବା ପରେ ଅନ୍ୟମାନଙ୍କ ଖାଦ୍ୟରେ କିଛି ମିଶାଇ ଦେଉଥିବା ସେମାନଙ୍କ ୧୨ ବର୍ଷର ଝିଅ ମଧ୍ୟ ସ୍ବୀକାର କରିଥିବା ଭଟ୍ଟନାଗର କହିଛନ୍ତି।

ପୁଲିସ ରେଣୁଙ୍କ ଝିଅର ବୟାନ ମଧ୍ୟ ରେକର୍ଡ଼ କରିଛି। ଡାକ୍ତରୀ ରିପୋର୍ଟ ଆଧାରରେ ରେଣୁଙ୍କ ବିରୋଧରେ ବିଏନ୍‌ଏସ୍‌ ଧାରା ୧୦୯ (ହତ୍ୟା ଉଦ୍ୟମ), ୧୨୩ (ବିଷ କିମ୍ବା ଡ୍ରଗ୍ସ ଦ୍ୱାରା ଆଘାତ ଦେବା) ଓ ୬୧ (୨) (ଆପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ଏକ ଏତଲା ରୁଜୁ କରାଯାଇଥିଲା। ରେଣୁଙ୍କ ମାଆ ଲତା ସାକ୍ସେନା, ତାଙ୍କ ଭାଇ ରବି, ଭିଣୋଇ ସୁଶୀଲ ଗିରଧର ଓ ଜଣେ ପରିଚିତ ବବଲୁଙ୍କ ସମେତ ଅନ୍ୟ ଚାରି ଜଣଙ୍କ ନାମ ମଧ୍ୟ ଏତଲା ହୋଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button