ଦେଶ ବିଦେଶ

Tirupati Temple: ତିରୁପତି ମନ୍ଦିରକୁ ୨୦୬ କୋଟି ଟଙ୍କାର ସୁନା ଓ ହୀରା ଦାନ କଲେ ଦମ୍ପତି: ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରହିଲେ ଉପସ୍ଥିତ

ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଳା ଶ୍ରୀଭେଙ୍କଟେଶ୍ୱର ମନ୍ଦିରକୁ ୨୦୬ କୋଟି ଟଙ୍କା ମୂଲ୍ୟର ସୁନା ଓ ହୀରା ଅଳଙ୍କାର ଦାନ କରିଛନ୍ତି ଚେନ୍ନାଇର ଏକ ଜୈନ ଦମ୍ପତି। ଗୁରୁବାର ଦମ୍ପତି ବର୍ଦ୍ଧମାନ ଜୈନ ଓ ରାଧିକା ଜୈନ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଏହି ଅଳଙ୍କାର ହସ୍ତାନ୍ତର କରିଛନ୍ତି।

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଳା ଶ୍ରୀଭେଙ୍କଟେଶ୍ୱର ମନ୍ଦିରକୁ ୨୦୬ କୋଟି ଟଙ୍କା ମୂଲ୍ୟର ସୁନା ଓ ହୀରା ଅଳଙ୍କାର ଦାନ କରିଛନ୍ତି ଚେନ୍ନାଇର ଏକ ଜୈନ ଦମ୍ପତି। ଗୁରୁବାର ଦମ୍ପତି ବର୍ଦ୍ଧମାନ ଜୈନ ଓ ରାଧିକା ଜୈନ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଏହି ଅଳଙ୍କାର ହସ୍ତାନ୍ତର କରିଛନ୍ତି। ଏହି ସମୟରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ଥିଲେ।

ନଅଟି ସେଟ୍‌ରେ ମୋଟ ୪୬ ପ୍ରକାରର ଅଳଙ୍କାର
ଦାନ କରାଯାଇଥିବା ଅଳଙ୍କାରର ମୋଟ ଓଜନ ୧୨୧ କିଲୋଗ୍ରାମ। ଏଥିରେ ହୀରା ଖଚିତ ବିଭିନ୍ନ ପ୍ରକାରର ମୂଲ୍ୟବାନ ଅଳଙ୍କାର ରହିଛି। ମୁକୁଟ, ହାର, ପାଦର ଅଳଙ୍କାର ଓ ଅନ୍ୟାନ୍ୟ ଗହଣା ଏହି ଦାନରେ ସାମିଲ ଅଛି। ମୋଟ ୪୬ ପ୍ରକାରର ଅଳଙ୍କାର ନଅଟି ସେଟ୍‌ରେ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରୁ ୧୦୬ କିଲୋଗ୍ରାମର ଅଳଙ୍କାର ଶ୍ରୀଭେଙ୍କଟେଶ୍ୱରଙ୍କ ପାଇଁ ଥିବାବେଳେ ୧୫ କିଲୋଗ୍ରାମର ସୁନା ପୋଷାକ ମା” ପଦ୍ମାବତୀଙ୍କ ପାଇଁ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ମହତ୍‌ ଦାନ ପାଇଁ ଦମ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଈଶ୍ୱରଙ୍କ ପ୍ରତି ଗଭୀର ଭକ୍ତି ଓ ବିଶ୍ୱାସରୁ ସେମାନେ ଏହି ଦାନ କରିଥିବା କହିଛନ୍ତି। ଏହା ତିରୁପତି ମନ୍ଦିର ଇତିହାସରେ ଏକ ସ୍ମରଣୀୟ ଘଟଣା ବୋଲି ସେ ମତ ଦେଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button