Horoscope 2026 November 28: ଜାଣନ୍ତୁ ଆଜିର ରାଶିଫଳ…
ନୂଆ କାମ କରିବା ଲାଗି ଦିନଟି ଶୁଭ। ଅଚାନକ ଧନଲାଭ ହେବ। ପିଲାମାନେ କିଛି ନୂଆ କରିବାକୁ ଭାବିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ବିତିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଦିନଟି ଆପଣଙ୍କ ଲାଗି ସବୁଦୃଷ୍ଟିରୁ ଭଲ।

ମେଷ: ନୂଆ କାମ କରିବା ଲାଗି ଦିନଟି ଶୁଭ। ଅଚାନକ ଧନଲାଭ ହେବ। ପିଲାମାନେ କିଛି ନୂଆ କରିବାକୁ ଭାବିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ବିତିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ଦିନଟି ଆପଣଙ୍କ ଲାଗି ସବୁଦୃଷ୍ଟିରୁ ଭଲ। ଯାହା ଭାବିନାହାନ୍ତି ସେହି କାମ ବି ପୂରା ହୋଇ ଯାଇପାରେ। ଆପଣଙ୍କ ମନର ଚିନ୍ତା ସମାପ୍ତ ହେବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ପରିବାରରେ ତାଳମେଳ ବନାଇ ରଖନ୍ତୁ ସବୁ ଭଲ ହେବ। କୌଣସି କାମରେ ବନ୍ଧୁର ସାହାଯ୍ୟ ପାଇବେ। ବେପାରରେ ଲାଭ ହେବ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ସମୟ ଦେବା ଦରକାର।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ବେପାରରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପିଲା ମାଆ ସହିତ ଉଦ୍ୟାନକୁ ବୁଲି ଯିବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: କୌଣସି ବନ୍ଧୁ ମାଧ୍ୟମରେ ବେପାରରେ ଲାଭ ହେବ। ଚାକିରି ବଦଳାଇବାକୁ ଚାହୁଥିଲେ କିଛି ଦିନ ଅପେକ୍ଷା କରି ଯାଆନ୍ତୁ। ଗୃହିଣୀମାନେ ଘର କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ଚାକିରି ବ୍ୟବସାୟ କ୍ଷେତ୍ରରେ ଟିକେ ସାବଧାନ ରହନ୍ତୁ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ରହିବ। ଆପଣ ନିଜର ଦିନଚର୍ଯ୍ୟା ପରିବର୍ତ୍ତନ କରିବେ। ଜୀବନ ପ୍ରତି ଆପଣଙ୍କର ଦୃଷ୍ଟିକୋଣ ସକାରାତ୍ମକ ରହିବ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ତୁଳା: ରାଜନୀତି ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ। ଅନ୍ୟମାନଙ୍କୁ ସାହାଯ୍ୟ କରିବାର ମଉକା ହାତଛଡ଼ା କରନ୍ତୁନାହିଁ। କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ବେପାରରେ ଭାଗ୍ୟର ସହଯୋଗ ପାଇବେ। ଅନ୍ୟମାନଙ୍କ ମଧ୍ୟରେ ଆପଣଙ୍କର ପ୍ରଭାବ ବଢ଼ିବ। ସଫ୍ଟୱେର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ବାତାବରଣ ଭଲ ରହିବ। ଜୀବନସାଥୀ ଆପଣଙ୍କ ପସନ୍ଦର ପୋଷାକ ଦେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ବେପାରରେ ଯଥେଷ୍ଟ ଲାଭ ହେବ। ଭାଇଭଉଣୀଙ୍କ ଠାରୁ କୌଣସି କାମରେ ସାହାଯ୍ୟ ନେଇପାରନ୍ତି। ଧନଲାଭର ଅବସର ପ୍ରାପ୍ତ ହେବ। ଜୀବନସାଥୀ ସହ ସମୟ ଅତିବାହିତ କରିବେ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ଘରର ମାହୋଲ ସୁଖଶାନ୍ତି ଭରା ରହିବ। ପରିସ୍ଥିତି ସହିତ ଭଲଭାବେ ତାଳମେଳ ବନାଇ ନେବେ। ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକମାନଙ୍କୁ ପସନ୍ଦ ହେବ। କାର୍ ସାବଧାନତାର ସହ ଚଳାନ୍ତୁ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ଆପଣଙ୍କୁ ପରିଶ୍ରମ ଅନୁସାର ହି ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। କାରବାରରେ ଲାଗି ରହିଥିବା ବାଧା ବାପାଙ୍କ ସହଯୋଗରେ ସମାପ୍ତ ହୋଇଯିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)
ସୌଜନ୍ୟ ସମ୍ବାଦ




