Cookies: ମୋ ମାମା ପାପା ଯାତ୍ରା ଷ୍ଟାର୍ ସାଇଙ୍କର ବଡ଼ ଫ୍ୟାନ୍: କୁକିଜ୍ ସ୍ବାଇଁ
ଓଲିଉଡ ନାୟିକା କୁକିଜ୍ ସ୍ବାଇଁଙ୍କୁ ମିଳିଛି ଆଉ ଏକ ସିନେମା। ଏହାର ଟାଇଟଲ୍ ହେଲା 'ଆଉ ଗୋଟେ ଦିୱାନା'। ଏଥିରେ କୁକିଜ୍ ପ୍ରଥମ ଥର ଲାଗି ଜଣେ ଯାତ୍ରା ଷ୍ଟାର୍ଙ୍କ ସହ ସ୍କ୍ରିନ୍ ସେଆର୍ କରୁଛନ୍ତି।

ଭୁବନେଶ୍ୱର: ଓଲିଉଡନାୟିକା କୁକିଜ୍ ସ୍ବାଇଁଙ୍କୁ ମିଳିଛି ଆଉ ଏକ ସିନେମା। ଏହାର ଟାଇଟଲ୍ ହେଲା ‘ଆଉ ଗୋଟେ ଦିୱାନା’। ଆଗରୁ ସେ ‘କସ୍ତୁରୀ’ ଓ ‘ହାଫ୍ ଲଭଷ୍ଟୋରି’ ଭଳି ଓଡ଼ିଆ ଛବି ଏବଂ ‘ଆସ୍ତିକ ନାସ୍ତିକ’, ‘ମା ପେଟରୁ ମୁଁ ଜଗତଜିତା’ , ‘ତୋ ବିନୁ ଅନ୍ୟ ଗତି ନାହିଁ’ ଓ ‘ନମସ୍ତେ କମଳା ମାଗୋ-୩’ ଭଳି ଟେଲି ସିନେମାରେ ନାୟିକା ଭାବେ ନଜର ଆସିଛନ୍ତି। ଏହାଛଡ଼ା ଏକ ଓଡ଼ିଆ ସିନେମାରେ ଆଇଟମ୍ ଗାର୍ଲ ବନି ଧମାଲ୍ କରିଥିଲେ କୁକିଜ୍। କୁକିଜ୍ ବ୍ଲକବଷ୍ଟର ମୁଭି ‘ବୋଉ ବୁଟ୍ଟୁ ଭୂତ’ରେ ଥିବା ଡୁଙ୍ଗୁଥିଲି.. ଗୀତରେ ନଜର ଆସିଥିଲେ। ଅମିତ ଏହାର କୋରିଓଗ୍ରାଫି କରିଥିଲେ। ଗୌରବ ଆନନ୍ଦଙ୍କ ସ୍ବରସଂଯୋଜିତ ଏହି ଆଇଟମ୍ ନମ୍ବରରେ କଣ୍ଠଦାନ କରିଥିଲେ କୁଲଦୀପ ଓ ଅନ୍ତରା ଚକ୍ରବର୍ତ୍ତୀ। ଏଥିରେ ତାଙ୍କୁ ପ୍ରଥମ ଥର ଲାଗି ଲୋକପ୍ରିୟ ନାୟକ ବାବୁସାନଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା। ‘ବୋଉ ବୁଟ୍ଟୁ ଭୂତ’ରେ ଥିବା ଡୁଙ୍ଗୁଥିଲି.. ଗୀତଟି ଧୂମ୍ ମଚାଇଥିଲା।
ସୌଜନ୍ୟ ସମ୍ବାଦ




