ଦେଶ ବିଦେଶ

AI: ଏଆଇ ଉପରେ ମଣିଷର ନିୟନ୍ତ୍ରଣ ଜରୁରୀ: ନାଡ଼େଲା

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ରୁତଗତିରେ ଉନ୍ନତ ହେଉଥିବା ବେଳେ ଏହା ଉପରେ ମଣିଷର ନିୟନ୍ତ୍ରଣ ରହିବା ଜରୁରୀ। ଆବଶ୍ୟକ ପଡ଼ିଲେ ଏଆଇ ବ୍ୟବସ୍ଥାକୁ ତୁରନ୍ତ ଅଟକାଇବା କିମ୍ବା ବନ୍ଦ କରିବା ପାଇଁ ମଣିଷ ଦ୍ବାରା ନିୟନ୍ତ୍ରିତ ଜରୁରିକାଳୀନ ବ୍ୟବସ୍ଥା ବା ‘କିଲ୍ ସ୍ୱିଚ୍’ ରହିବା ଦରକାର ବୋଲି କହିଛନ୍ତି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡ଼େଲା

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ରୁତଗତିରେ ଉନ୍ନତ ହେଉଥିବା ବେଳେ ଏହା ଉପରେ ମଣିଷର ନିୟନ୍ତ୍ରଣ ରହିବା ଜରୁରୀ। ଆବଶ୍ୟକ ପଡ଼ିଲେ ଏଆଇ ବ୍ୟବସ୍ଥାକୁ ତୁରନ୍ତ ଅଟକାଇବା କିମ୍ବା ବନ୍ଦ କରିବା ପାଇଁ ମଣିଷ ଦ୍ବାରା ନିୟନ୍ତ୍ରିତ ଜରୁରିକାଳୀନ ବ୍ୟବସ୍ଥା ବା ‘କିଲ୍ ସ୍ୱିଚ୍’ ରହିବା ଦରକାର ବୋଲି କହିଛନ୍ତି ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡ଼େଲା।

ନାଡ଼େଲାଙ୍କ ମତରେ ଏଆଇଗୁଡ଼ିକ ଦିନକୁ ଦିନ ଅଧିକ ଶକ୍ତିଶାଳୀ ଓ ସ୍ବୟଂଚାଳିତ ହେଉଥିବାରୁ ସେଗୁଡ଼ିକୁ ଅଟକାଇବା କିମ୍ବା ବନ୍ଦ କରିବା ଦକ୍ଷତା ମଣିଷ ନିକଟରେ ରହିବା ଆବଶ୍ୟକ। ନୂଆ ନୂଆ ପ୍ରଯୁକ୍ତି ମୁଣ୍ଡ ଟେକୁଥିବାରୁ ବିପଦକୁ ପରିଚାଳନା କରିବା ପାଇଁ ଏଆଇ ବ୍ୟବସ୍ଥା ଉପରେ ଦୃଢ଼ ନିରାପତ୍ତା, ମାନବ ନିରୀକ୍ଷଣ ଏବଂ ସ୍ପଷ୍ଟ ପରିଚାଳନା ପଦ୍ଧତି ରହିବା ଉଚିତ। ଏଆଇ ମଡେଲ୍‌କୁ ପରିଚାଳନା କରୁଥିବା ବ୍ୟବସ୍ଥା ଓ ମଡେଲ୍‌କୁ ପୃଥକ୍ ରଖିବା ଦରକାର। ଏହାଦ୍ୱାରା ଏଆଇରେ ତ୍ରୁଟି ଦେଖାଦେଲେ କିମ୍ବା ଏହାର ସୁରକ୍ଷା ବିପଦଗ୍ରସ୍ତ ହେଲେ ଅଧିକୃତ ମଣିଷ ସ୍ୱାଧୀନ ଭାବେ ହସ୍ତକ୍ଷେପ କରିପାରିବେ। ଅନିଚ୍ଛାକୃତ ପରିଣାମକୁ ରୋକିବା ଏବଂ ବିପଦକୁ କମ୍‌ କରିବା ପାଇଁ ଏଆଇ ବ୍ୟବସ୍ଥାର ସ୍ବାଧୀନ ନିୟନ୍ତ୍ରଣ, ସ୍ବଚ୍ଛ ଅନୁଧ୍ୟାନ, ସ୍ୱାଧୀନ ଅଡିଟ୍‌ ଏବଂ ନିର୍ଭର‌‌ଯୋଗ୍ୟ ପ୍ରତିରୋଧ ବ୍ୟବସ୍ଥାର ବିକାଶ ପାଇଁ ସେ ମତ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button