Inter-District Mutual Transfers ଆନ୍ତଃଜିଲ୍ଲା ଏକାଧିକ ଥର ପାରସ୍ପରିକ ବଦଳି ପାଇଁ ଗାଇଡ୍ଲାଇନ୍ ଦାବି କଲା ଓସ୍ଟମଟା
ଓଡ଼ିଶା ମାଧ୍ୟମିକ ଶିକ୍ଷକ ମ୍ୟୁଚୁଆଲ ଟ୍ରାନ୍ସଫର ସଂଘ ଏକାଧିକ ଥର ଆନ୍ତଃଜିଲ୍ଲା ପାରସ୍ପରିକ ବଦଳି ପାଇଁ ଗାଇଡ୍ଲାଇନ୍ ପ୍ରଣୟନ ଦାବିରେ ବିଧାୟକଙ୍କୁ ଭେଟିଛି।

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷକ ମ୍ୟୁଚୁଆଲ ଟ୍ରାନ୍ସଫର ସଂଘ (OSTMTA) ପକ୍ଷରୁ ଏକ ପ୍ରତିନିଧି ଦଳ ବାରବାଟୀ ବିଧାୟିକା ସୋଫିଆ ଫିରଦୌସ ଓ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଙ୍କୁ ସାକ୍ଷାତ କରିଛନ୍ତି। ଶିକ୍ଷକମାନଙ୍କ ପାଇଁ ଏକାଧିକ ଥର ଆନ୍ତଃଜିଲ୍ଲା ପାରସ୍ପରିକ ବଦଳିର ସୁବିଧାକୁ ସରକାରୀ ଗାଇଡ୍ଲାଇନ୍ରେ ସ୍ଥାନ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।
ସଂଘର ସଭାପତି ଶ୍ରୀଯୁକ୍ତ ଧଳ କହିଛନ୍ତି ଯେ, ଏକାଧିକ ଥର ଆନ୍ତଃଜିଲ୍ଲା ପାରସ୍ପରିକ ବଦଳି ବ୍ୟବସ୍ଥା ଲାଗୁ ହେଲେ ରାଜ୍ୟ, ଜିଲ୍ଲା କିମ୍ବା ବିଦ୍ୟାଳୟ ସ୍ତରରେ ଶିକ୍ଷକ ପଦବୀ ଖାଲି ହେବା କିମ୍ବା ଅତିରିକ୍ତ ପଦବୀ ସୃଷ୍ଟି ହେବାର ଆଶଙ୍କା ରହିବ ନାହିଁ। ପାରସ୍ପରିକ ବଦଳି ହେଉଥିବାରୁ ଦୁଇ ଶିକ୍ଷକଙ୍କ ମଧ୍ୟରେ ପଦବୀର ଅଦଳବଦଳ ହେବ। ଏହାଦ୍ୱାରା ଶିକ୍ଷକମାନଙ୍କ ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟାର ସମାଧାନ ସହଜ ହୋଇପାରିବ।
ସୌଜନ୍ୟ ସମ୍ବାଦ




