ଜାତୀୟ

Powerful bomb : ବାୟୁସେନାକୁ ମିଳିବ ମହାବିନାଶକ ବୋମା, ଆଖି ପିଛୁଳାକେ ଧ୍ଵଂସ କରିଦେବ ଶତ୍ରୁ ସେନାଘାଟି

ନୂଆଦିଲ୍ଲୀ, ୨୪/୯ : ଭାରତୀୟ ବାୟୁସେନାର ଆକ୍ରମଣ କ୍ଷମତା ଆହୁରି ମଜଭୁତ ହେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ବାୟୁସେନା ପାଇଁ ୧୬୦ ‘ସାଟେଲାଇଟ ସ୍ମାର୍ଟ ଆଣ୍ଟି-ଏୟାରଫିଲ୍ଡ ୱେପନ୍ସ’ ବା ‘ଏସ୍‌ଏଟି-ଏସ୍‌ଏଏଡବ୍ଲ୍ୟୁ’ କିଣିବା ନିମନ୍ତେ ଭାରତ ଡାଏନାମିକ୍ସ ଲିମିଟେଡ (ବିଡିଏଲ୍‌) ସହ ୮୧୦.୭୯ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛି । ଏହି ବୁଝାମଣା ବୁଧବାର ନୂଆଦିଲ୍ଲୀରେ ପ୍ରତିରକ୍ଷା ବିଭାଗ ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ହୋଇଛି । ଏହାକୁ ‘ମହାବିନାଶକ ବୋମା’ କୁହାଯାଉଛି । ଆଖି ପିଛୁଳାକେ ଏହା ଶତ୍ରୁ ବାୟୁସେନା ଘାଟିକୁ ଧ୍ୱଂସ କରିଦେଇ ପାରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ବୁଝାମଣା ‘ବାଏ ଇଣ୍ଡିଆନ- ଆଇଡିଡିଏମ୍‌’ ଶ୍ରେଣୀ ଅନୁସାରେ କରାଯାଇଛି । ଅର୍ଥାତ ଅସ୍ତ୍ର ପ୍ରଣାଳୀର ଡିଜାଇନ, ବିକାଶ ଏବଂ ନିର୍ମାଣରେ ଭାରତୀୟ କ୍ଷମତାକୁ ପ୍ରାଥମିକତା ଦିଆଯିବ । ଏହା ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ କୌଶଳ ଏବଂ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଦିଗରେ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button