ରାଜ୍ୟ

IT park: ୧୨ ଜିଲ୍ଲାରେ ହେବ ଆଇଟି ପାର୍କ: ୮ଟି ଥିମ୍ ବେସ୍‌ଡ ଆଇଟି ପାର୍କ ବି ହେବ

ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଏହାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରୁଛନ୍ତି। କେବଳ ଭୁବନେଶ୍ବରରେ ଆଇଟି ପାର୍କ, ଆଇଟି କମ୍ପାନିଙ୍କ କାର୍ଯ୍ୟାଳୟକୁ...

ଭୁବନେଶ୍ବର: ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଏହାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ବଡ଼ ଯୋଜନା କରୁଛନ୍ତି। କେବଳ ଭୁବନେଶ୍ବରରେ ଆଇଟି ପାର୍କ, ଆଇଟି କମ୍ପାନିଙ୍କ କାର୍ଯ୍ୟାଳୟକୁ ସୀମିତ ନରଖି ରାଜ୍ୟର ଅନ୍ୟ ଜିଲ୍ଲା ଓ ସହରରେ ଯେପରି ବଡ଼ ବଡ଼ ଆଇଟି କମ୍ପାନି ସେମାନଙ୍କର କାର୍ଯ୍ୟାଳୟ ଖୋଲିବେ ସେନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ୧୨ଟି ଜିଲ୍ଲା ଯଥା କଟକ, ପୁରୀ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ଗଜପତି, ବଲାଙ୍ଗୀର, ରାୟଗଡ଼ା, ବାଲେଶ୍ବର, ଗଞ୍ଜାମ ଓ ସୁନ୍ଦରଗଡ଼ରେ ଆଇଟି ପାର୍କ ତଥା ଟେକ୍ ବିଜିନେସ୍ ପାର୍କ କରିବାକୁ ବିଭାଗ ପାଖରେ ପ୍ରସ୍ତାବ ରହିଛି। ରାଜ୍ୟ ସରକାର ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଆଇଟି ପାର୍କ ଖୋଲିବେ। ଖୁବ୍‌ଶୀଘ୍ର ଫିଜିବିଲିଟି ଷ୍ଟଡି କରି ସହର ଓ ଜାଗା ଚିହ୍ନଟ ହେବ।

ଉତ୍ତର-ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ସମ୍ପ୍ରସାରଣ ହେବ ଆଇଟି ଭିତ୍ତିଭୂମି
୮ଟି ଥିମ୍ ବେସ୍‌ଡ ଆଇଟି ପାର୍କ ବି ହେବ

କେନ୍ଦୁଝର ଜିଲ୍ଲାରେ ଏକ ଟେକ୍ ବିଜିନେସ୍ ପାର୍କ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ସହ ଡିପିଆର୍‌ ପ୍ରସ୍ତୁତ ହୋଇସାରିଛି। ଖୁବ୍‌ଶୀଘ୍ର ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ ଆହ୍ବାନ ହେବ।
ଏବେ କେବଳ ଭୁବନେଶ୍ବରରେ ଆଇଟି ପାର୍କ ଉନ୍ନତୀକରଣ କରାଯାଇଛି। ଇନଫୋସିଟି, ଇନଫୋଭ୍ୟାଲି, ଏସ୍‌ଟିପିଆଇ ପାର୍କ ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ଆଇଟି କମ୍ପାନିଙ୍କୁ ସରକାର ରିହାତି ଦରରେ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି। ଡମଣା ଛକରେ ୨୫ଏକର ବିଶିଷ୍ଟ ଜମିରେ ମେଗା ଆଇକନିକ୍ ଆଇଟି ପାର୍କ ହେବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button